ବାଂଲାଦେଶ: ଦୁଇ ବସ୍ ମୁହାଁମୁହିଁ, ୧୪ ମୃତ,୫୦ ଗୁରୁତର

ଢାକା: ବାଂଲାଦେଶର ସିରଜଗଞ୍ଜ ଜିଲ୍ଲାର ମୁଲିବାରି ଅଞ୍ଚଳରେ ରବିବାର ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତଙ୍କ ସଂକ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୋଗ୍ରା ଅଞ୍ଚଳକୁ ଯାଉଥିବା ଏକ ଯାତ୍ରୀବାହୀ ବସ ଓ ସୟଦପୁରରୁ ଢାକା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ ମଧ୍ୟରେ ଭୋର […]

bus

Rakesh Mallick
  • Published: Sunday, 19 July 2015
  • , Updated: 04 May 2017, 03:45 PM IST

ଢାକା: ବାଂଲାଦେଶର ସିରଜଗଞ୍ଜ ଜିଲ୍ଲାର ମୁଲିବାରି ଅଞ୍ଚଳରେ ରବିବାର ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତଙ୍କ ସଂକ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ବୋଗ୍ରା ଅଞ୍ଚଳକୁ ଯାଉଥିବା ଏକ ଯାତ୍ରୀବାହୀ ବସ ଓ ସୟଦପୁରରୁ ଢାକା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ ମଧ୍ୟରେ ଭୋର ପ୍ରାୟ ୫ ଟାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଡ୍ରାଇଭରଙ୍କ ସମେତ ୧୨ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଦୁଇ ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ଗରୁତର ଭାବେ ସ୍ଥାନୀୟ ସିରାଜଗଞ୍ଜ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ, ଆମ୍ବୁଲାନ୍ସ ଓ ଏକ ଡାକ୍ତରୀଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Related story