ଫାଶୀରେ ଝୁଲିଲା ‘ବଙ୍ଗବନ୍ଧୁ’ଙ୍କ ହତ୍ୟାକାରୀ ମାଜିଦ୍‌

ଢାକା: ବାଂଲାଦେଶର ପ୍ରତିଷ୍ଠାତା ତଥା ବଙ୍ଗବନ୍ଧୁ ଭାବେ ପରିଚିତ ଶେଖ୍‌ ମୁଜିବୁର ରେହମାନଙ୍କ ହତ୍ୟାରେ ସଂଶ୍ଲିଷ୍ଟ ଥିବା ପୂର୍ବତନ ସେନା ଅଧିକାରୀକୁ ଫାଶୀ ଦିଆଯାଇଛି। ୧୯୭୫ ମସିହାର ଏହି ଅପରାଧ ପାଇଁ ବାଂଲାଦେଶ ସରକାର ଦୀର୍ଘ ୪୫ ବର୍ଷ ପରେ ଏପରି ଦଣ୍ଡ ବିଧାନ କରିଛନ୍ତି। Bangladesh executes Abdul Majed at a central jail in Dhaka on Saturday midnight for his involvement in the assassination of the country’s […]

majed

Subrat Kumar Nayak
  • Published: Sunday, 12 April 2020
  • , Updated: 12 April 2020, 01:01 AM IST

ଢାକା: ବାଂଲାଦେଶର ପ୍ରତିଷ୍ଠାତା ତଥା ବଙ୍ଗବନ୍ଧୁ ଭାବେ ପରିଚିତ ଶେଖ୍‌ ମୁଜିବୁର ରେହମାନଙ୍କ ହତ୍ୟାରେ ସଂଶ୍ଲିଷ୍ଟ ଥିବା ପୂର୍ବତନ ସେନା ଅଧିକାରୀକୁ ଫାଶୀ ଦିଆଯାଇଛି। ୧୯୭୫ ମସିହାର ଏହି ଅପରାଧ ପାଇଁ ବାଂଲାଦେଶ ସରକାର ଦୀର୍ଘ ୪୫ ବର୍ଷ ପରେ ଏପରି ଦଣ୍ଡ ବିଧାନ କରିଛନ୍ତି।
https://twitter.com/ANI/status/1249043306811666434?s=20

ଅବ୍‌ଦୁଲ ମାଜିଦ୍‌ ନାମକ ଏହି ବ୍ୟକ୍ତିକୁ ଢାକା ସେଣ୍ଟ୍ରାଲ ଜେଲଠାରେ ରବିବାର ରାତି ୧୨.୦୧ ବେଳେ ଫାଶୀ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ bdnews24.com ଏହି ସୂଚନା ଦେଇଛି। ଏହି ମୃତ୍ୟୁଦଣ୍ଡ ଫାଶୀ ଦ୍ୱାରା ହିଁ କାର୍ଯ୍ୟକାରୀ ହୋଇଥିବା ଜେଲର କହିଛନ୍ତି।

ପ୍ରାୟ ୨୫ ବର୍ଷ ସେ ଭାରତରେ ଲୁଚିଥିଲା। ଏହାପରେ ମଙ୍ଗଳବାର ତା’କୁ ଢାକାରେ ଗିରଫ କରାଯାଇଥିଲା। ମାଜିଦ୍‌ର ପତ୍ନୀ ଏବଂ ଅନ୍ୟ ୪ ସମ୍ପର୍କୀୟ ତା’କୁ ୨ ଘଣ୍ଟା ପାଇଁ ଭେଟିଥିଲେ। ଏହା ପୂର୍ବରୁ ଗୁରୁବାର ଦିନ ହିଁ ରାଷ୍ଟ୍ରପତି ଅବ୍‌ଦୁଲ ହମିଦ୍‌ ମାଜିଦ୍‌ର ରାଜକ୍ଷମା ଆବେଦନ ଖାରଜ କରି ଏହି ମୃତ୍ୟୁଦଣ୍ଡକୁ ନିଶ୍ଚିତ କରିଦେଇଥିଲେ।

ବାଂଲାଦେଶ ସ୍ୱରାଷ୍ଟ୍ର ମନ୍ତ୍ରୀ ଅସାଦୁଜ୍ଜମାନ୍‌ ଖାନ୍‌ କମାଲ କହିବା ଅନୁଯାୟୀ, “ଏହି ହତ୍ୟାକାରୀ କେବଳ ବଙ୍ଗବନ୍ଧୁଙ୍କ ହତ୍ୟାରେ ସୀମିତ ନଥିଲା। ସେ ୧୯୭୫ ମସିହା ନଭେମ୍ବର ୩ ତାରିଖରେ ଢାକା ସେଣ୍ଟ୍ରାଲ ଜେଲରେ ବିଭିନ୍ନ ଜାତୀୟ ନେତାଙ୍କ ହତ୍ୟା କରିଥିଲା।” ଓକିଲ କହିବା ଅନୁଯାୟୀ, ମାଜିଦ୍‌ ୧୫ ବା ୧୬ ତାରିଖରେ ଲୁଚିକରି ବାଂଲାଦେଶ ଯାଇଥିଲା। ତା’ ସହ ଆହୁରି କିଛି ବ୍ୟକ୍ତି ମଧ୍ୟ ଏହି ହତ୍ୟା ଘଟଣାରେ ସଂଶ୍ଲିଷ୍ଟ ଥିଲେ।

Related story