କୋଲକାତା:ପ୍ରସିଦ୍ଧ ବାଂଲାଦେଶୀ ଅଭିନେତ୍ରୀ ଅଞ୍ଜୁ ଘୋଷ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ୨ ମାସ ତଳେ ସାଧାରଣ ନିର୍ବାଚନରେ ଫିରଦୌସ୍ ଅହମ୍ମଦ ଜଣେ ବାଂଲାଦେଶୀ ଅଭିନେତା ଟିଏମ୍ସି ପାଇଁ ପ୍ରଚାର କରୁଥିବାରୁ ଏହାକୁ ନେଇ ବିବାଦ ହୋଇଥିଲା। ଏପରିକି ସେ ଭାରତ ଛାଡ଼ିଚାଲିଯିବାକୁ କୁହାଯାଉଥିଲା।
ତାଙ୍କର ବିଜ୍ନେସ୍ ଭିସା ବାତିଲ କରାଯିବା ସହ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା। ଅନେକ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କୁ କୁହାଯାଇଥିଲା, କୌଣସି ଭିସା କାଟାଗୋରୀରେ ବ୍ୟବସ୍ଥା ନାହିଁ ଯେ ସେ ନିର୍ବାଚନୀ ପ୍ରଚାରରେ ଭାଗ ନେବେ।
ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା। ଏପରିକରି ଟିଏମ୍ସି ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆସିଥିଲା। ତେବେ ଆଜି ଅଞ୍ଜୁ ଘୋଷ ବିଜେପିରେ ମିଶିବାକୁ ନେଇ ମଧ୍ୟ ବିବାଦ ଜୋର ଧରିଛି।
https://twitter.com/ANI/status/1136262364968263680