ଢାକା: ବାଂଲାଦେଶ ପୁଲିସ୍ ଏଭଳି ଜଣେ ଲୋକକୁ ଗିରଫ କରିଛି ଯେ କି ଖାଇବାରେ ଚୁଟି ଦେଖି ପତ୍ନୀଙ୍କୁ ଲଣ୍ଡା କରିବା ଭଳି କାମ କରିଛନ୍ତି। ଏହି ରାଷ୍ଟ୍ରରେ ମହିଳାଙ୍କ ବିରୋଧରେ ନିର୍ଯାତନା ବଢ଼ୁଥିବା ନେଇ ମାନବାଧିକରୀ ଗୋଷ୍ଠୀଙ୍କ କଡ଼ା ବିରୋଧ ସମୟରେ ହିଁ ଏହା ସାମ୍ନାକୁ ଆସିଛି।
ପୁଲିସ୍ ଜୟପୁରହାଟଠାରେ ଚଢ଼ଉ କରି ପୁଲିସ୍ ଏହି ଅଭିଯୁକ୍ତ ବୁବଲୁ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ ଏକ ଚୁଟି ଦେଖିବାକୁ ମିଳିଥିଲା। ଏହାପରେ ସେ ରାଗିଯାଇଥିଲେ ଏବଂ ଏଥିପାଇଁ ପତ୍ନୀଙ୍କୁ ଦାୟୀ କରିଥିଲେ। ଏହାପରେ ସେ ଏକ ବ୍ଲେଡ୍ ନେଇ ଜୋର ଜବରଦସ୍ତ ଲଣ୍ଡା କରିଦେଇଥିଲେ।
ବର୍ତ୍ତମାନ ବବଲୁଙ୍କ ନାମରେ ଯେଉଁ ମାମଲା ରୁଜୁ କରାଯାଇଛି ଏଥିରେ ୧୪ ବର୍ଷ ଯାଏ ଜେଲ ହେବ। ସାମାଜିକ କର୍ମୀମାନେ କହିଛନ୍ତି, ଏହା ଦର୍ଶାଉଛି କିଭଳି ବାଂଲାଦେଶରେ ନିର୍ଯାତନା ବଢ଼ିବାରେ ଲାଗିଛି।