ଆଜିଠୁ ୨ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବୁଧବାର ଓ ଗୁରୁବାର ୨ ଦିନ ଧରି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଉଛି। ମାତ୍ର ୨ ପ୍ରତିଶତ ପ୍ରସ୍ତାବିତ ଦରମା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ ସାଙ୍ଗକୁ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ। ଦାବି ପୂରଣ ନେଇ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ-ଆଇବିଏ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ପୂର୍ବ ଘୋଷଣା ମୁତାବକ ମେ ୩୦ ଓ ୩୧ ଦୁଇ ଦିନ ଧରି ୪୮ ଘଣ୍ଟିଆ […]

bank-strike-pti

bank-strike-pti

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 07:12 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବୁଧବାର ଓ ଗୁରୁବାର ୨ ଦିନ ଧରି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଉଛି। ମାତ୍ର ୨ ପ୍ରତିଶତ ପ୍ରସ୍ତାବିତ ଦରମା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ ସାଙ୍ଗକୁ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ। ଦାବି ପୂରଣ ନେଇ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ-ଆଇବିଏ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ପୂର୍ବ ଘୋଷଣା ମୁତାବକ ମେ ୩୦ ଓ ୩୧ ଦୁଇ ଦିନ ଧରି ୪୮ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି ବ୍ୟାଙ୍କ କର୍ମଚାରୀ ।ଏହି ଧର୍ମଘଟ ଯୋଗୁଁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମାସ ଶେଷରେ ଦରମା ପ୍ରଦାନରେ ଗୁରୁତର ସମସ୍ୟା ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । ତାସହ ଏଟିଏମ୍ଗୁଡ଼ିକରେ ମଧ୍ୟ ଟଙ୍କା ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ। ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ।

ସୂଚନାଯୋଗ୍ୟ, ଅଗଷ୍ଟ ୨୦୧୭ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକରେ ସେବା ବନ୍ଦ ହୋଇଯାଇଥିଲା। ୟୁନାଇଟେଡ୍ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ବିଶେଷ କରି ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ନୀତିକୁ ବିରୋଧ ସହ ଅନ୍ୟାନ୍ୟ ୧୬  ଦଫା ଦାବିରେ ବ୍ୟାଙ୍କ କର୍ମଚାରୀ ସଂଘ ଏଥିରେ ସାମିଲ ହୋଇଥିଲା। ଫଳରେ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିବା ସହ ୪୦ ହଜାରରୁ ଅଧିକ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos