୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ରହିଛି, ତା’ହେଲେ ଏହାକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାର ବ୍ୟାଙ୍କ ଗୁଡ଼ିକର ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିରୋଧରେ ଏକାଧିକ ବ୍ୟାଙ୍କ ଅଫିସରସ ୟୁନିଅନ୍‌ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଏହି ଧର୍ମଘଟ କାରଣରୁ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ […]

ebv

Hemant Lenka
  • Published: Friday, 13 September 2019
  • , Updated: 13 September 2019, 06:43 PM IST

ନୂଆଦିଲ୍ଲୀ: ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ରହିଛି, ତା’ହେଲେ ଏହାକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି।

କେନ୍ଦ୍ର ସରକାର ବ୍ୟାଙ୍କ ଗୁଡ଼ିକର ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିରୋଧରେ ଏକାଧିକ ବ୍ୟାଙ୍କ ଅଫିସରସ ୟୁନିଅନ୍‌ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଏହି ଧର୍ମଘଟ କାରଣରୁ ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ସେହିପରି ୨୮ ତାରିଖ ୪ର୍ଥ ଶନିବାର ପଡ଼ୁଛି। ତେଣୁ ବ୍ୟାଙ୍କ ବନ୍ଦ। ପୁନଶ୍ଚ ୨୯ ସେପ୍ଟେମ୍ବର ହେଉଛି ରବିବାର ତେଣୁ ସ୍ୱାଭାବିକ ଭାବେ ବ୍ୟାଙ୍କ ଛୁଟି।

୩୦ ଓ ୧ ଅକ୍ଟୋବରରେ ବ୍ୟାଙ୍କ ଖୋଲା ରହିବ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ହୋଇଥିବାରୁ ସେଦିନ ବ୍ୟାଙ୍କ ବନ୍ଦ।

ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର ସରକାର ଯଦି ବନ୍ଦ ନ କରନ୍ତି କିମ୍ବା ୟୁନିଅନର ଦାବିକୁ ଗ୍ରହଣ ନ କରନ୍ତି, ତା’ହେଲେ ସେମାନେ ଅକ୍ଟୋବର ୨ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

Related story