ବିଦେଶ ପଳାଇବାର ୨ ବର୍ଷ ପରେ ବ୍ୟବସାୟୀଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ: ପଞ୍ଜାବ ବାସମତି ରାଇସ ଲିମିଟେଡର ନିର୍ଦ୍ଦେଶକ ମନଜିତ ସିଂହ ମଖନି ୬ଟି ବ୍ୟାଙ୍କରୁ ଉଠାଇଥିବା ୩୫୦ କୋଟି ଟଙ୍କାର ଲୋନ୍ ନ ସୁଝି ବିଦେଶ ପଳାଇଥିବା ଅଭିଯୋଗ ହୋଇଛି। ଏବେ ମନଜିତ କାନାଡାରେ ରହୁଥିବା ସୂଚନା ରହିଛି। ସେ ବିଦେଶ ପଳାଇବାର ଦୁଇ ବର୍ଷ ପରେ ତାଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି। ବ୍ୟାଙ୍କ ଗୁଡ଼ିକ ଅଭିଯୋଗ ଦାଖଲ କରିବା ପରେ ସିବିଆଇ ଅମ୍ରିତସର ସ୍ଥିତ ଏହି ରାଇସ୍ ମିଲ୍ ନାମରେ ମାମଲା ରୁଜୁ […]

Punjab Basmati Rice Ltd

Punjab Basmati Rice Ltd

Subhransu Sekhar
  • Published: Friday, 03 July 2020
  • Updated: 03 July 2020, 08:38 AM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ବାସମତି ରାଇସ ଲିମିଟେଡର ନିର୍ଦ୍ଦେଶକ ମନଜିତ ସିଂହ ମଖନି ୬ଟି ବ୍ୟାଙ୍କରୁ ଉଠାଇଥିବା ୩୫୦ କୋଟି ଟଙ୍କାର ଲୋନ୍ ନ ସୁଝି ବିଦେଶ ପଳାଇଥିବା ଅଭିଯୋଗ ହୋଇଛି। ଏବେ ମନଜିତ କାନାଡାରେ ରହୁଥିବା ସୂଚନା ରହିଛି। ସେ ବିଦେଶ ପଳାଇବାର ଦୁଇ ବର୍ଷ ପରେ ତାଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି।

ବ୍ୟାଙ୍କ ଗୁଡ଼ିକ ଅଭିଯୋଗ ଦାଖଲ କରିବା ପରେ ସିବିଆଇ ଅମ୍ରିତସର ସ୍ଥିତ ଏହି ରାଇସ୍ ମିଲ୍ ନାମରେ ମାମଲା ରୁଜୁ କରିବା ସହିତ ମନଜିତ, ତାଙ୍କ ପୁଅ କୁଲବିନ୍ଦର, ବୋହୂ ଜସମିତ କୌର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନାମରେ ଠକେଇ ମାମଲା ରୁଜୁ କରିଛି।

ଏତଲା ଅନୁଯାୟୀ, କାନାଡା ବ୍ୟାଙ୍କରୁ ୧୭୫ କୋଟି, ଆନ୍ଧ୍ରା ବ୍ୟାଙ୍କରୁ ୫୩ କୋଟି, ୟୁବିଆଇ ବ୍ୟାଙ୍କରୁ ୪୪ କୋଟି, ଓବିସି ବ୍ୟାଙ୍କରୁ ୨୫ କୋଟି, ଆଇଡିବିଆଇ ବ୍ୟାଙ୍କରୁ ୧୪ କୋଟି, ୟୁକୋ ବ୍ୟାଙ୍କର ୪୧ କୋଟି ଟଙ୍କା ମନଜିତ ତାଙ୍କ ରାଇସ ମିଲ କମ୍ପାନୀ ପାଇଁ ଲୋନ୍ ନେଇଥିଲେ। ସେ ଲୋନ୍ ପରିଶୋଧ ନ କରିବା ପରେ କାନାଡା ବ୍ୟାଙ୍କ ୨୫ ଏପ୍ରିଲ ୨୦୧୮ରେ, ଆନ୍ଧ୍ରା ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ, ଓବିସି ବ୍ୟାଙ୍କ ୨୭ ଜୁନ୍ ୨୦୧୮ରେ, ଆଇଡିବିଆଇ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ, ୟୁବିଆଇ ବ୍ୟାଙ୍କ ୩୦ ଏପ୍ରିଲ ୨୦୧୮ରେ ଏବଂ ୟୁକୋ ବ୍ୟାଙ୍କ ୩୧ ମାର୍ଚ୍ଚ ୨୦୧୮ରେ ଏନପିଏ ଘୋଷଣା କରିଥିଲେ।

ଏନପିଏ ଘୋଷଣା କରିବା ପରେ ୬ଟି ଯାକ ବ୍ୟାଙ୍କ ୨୦୧୯ରେ ଆରବିଆଇକୁ ଏ ବାବଦରେ ଅବଗତ କରାଇଥିଲେ। ସେମାନେ ଲୋନ୍ ଦେଇ ଠକେଇ ଶିକାର ହୋଇଛନ୍ତି ବୋଲି ଗତ ବର୍ଷ ମାର୍ଚ୍ଚରେ ୬ଟି ଯାକ ବ୍ୟାଙ୍କ ଆରବିଆଇକୁ କହିଥିଲେ। ଏ ନେଇ ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ। ଗତ ମାସରେ ସିବିଆଇ ମାମଲା ରୁଜୁ କରିଥିଲା।

ଅନ୍ୟପଟେ ମନଜିତ ସିଂହ ୨୦୧୮ ପ୍ରାରମ୍ଭରୁ କାନାଡ଼ା ପଳାଇଛନ୍ତି। କାନାଡ଼ା ବ୍ୟାଙ୍କ ଏ ବାବଦରେ ଜାଣିବା ପରେ ମନଜିତ ସିଂହଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୦୩ରୁ କାନାଡ଼ା ବ୍ୟାଙ୍କରୁ ମନଜିତଙ୍କ କମ୍ପାନୀ ଋଣ ନେଉଥିଲା। ଏହାପରେ ୨୦୧୨ରେ କାନାଡ଼ା ବ୍ୟାଙ୍କ ଆଉ ୫ଟି ବ୍ୟାଙ୍କକୁ ଯୋଡ଼ି ପଞ୍ଜାବ ବାସମତି ରାଇସ ଲିମିଟେଡକୁ ଋଣ ଦେବା ବ୍ୟବସ୍ଥା କରିଥିଲା। ଏହାପରେ କାନାଡା ବ୍ୟାଙ୍କ ନେତୃତ୍ୱ ନେଇ ଆନ୍ଧ୍ରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଓବିସି, ୟୁବିଆଇ ଏବଂ ୟୁକୋ ବ୍ୟାଙ୍କରୁ ଋଣ ବ୍ୟବସ୍ଥା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story