ବ୍ୟାଙ୍କ ଲକର୍ସରେ ରଖିଛନ୍ତି କି ଦାମୀ ସମ୍ପତ୍ତି ? ଚୋରି ହେଲେ ଫସିଯିବେ

ନୂଆଦିଲ୍ଲୀ:ଘର ମାଲିକ ଏବଂ ଭଡ଼ାଟିଆ ମଧ୍ୟରେ ସମ୍ପର୍କ ଯାହା ଲକର୍ସକୁ ନେଇ ବ୍ୟାଙ୍କ ଏବଂ  ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ସେଇୟା। ଇଏ କୌଣସି ସିନେମାର ସଂଳାପ ନୁହଁ। ଲକର୍ସରେ ରଖାଯାଉଥିବା ସମ୍ପତ୍ତିକୁ ନେଇ ଏମିତି କିଛି ବୟାନ ଦେଇଛନ୍ତି କିଛି ବ୍ୟାଙ୍କ। ଏ ଥର ମୂଳ ପ୍ରସଙ୍ଗକୁ ଆସିବା । କୌଣସି ମୂଲ୍ୟବାନ ସମ୍ପତ୍ତି  କିମ୍ବା ସୁନା ଅଳଙ୍କାର ରହିବାର ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ବ୍ୟାଙ୍କ ଲକର୍ସ। ଏମିତି ଧାରଣା ଆପଣଙ୍କ ମନରେ ରହିଆସିଛି । […]

bank-1

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 06:09 PM IST

ନୂଆଦିଲ୍ଲୀ:ଘର ମାଲିକ ଏବଂ ଭଡ଼ାଟିଆ ମଧ୍ୟରେ ସମ୍ପର୍କ ଯାହା ଲକର୍ସକୁ ନେଇ ବ୍ୟାଙ୍କ ଏବଂ  ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ସେଇୟା। ଇଏ କୌଣସି ସିନେମାର ସଂଳାପ ନୁହଁ। ଲକର୍ସରେ ରଖାଯାଉଥିବା ସମ୍ପତ୍ତିକୁ ନେଇ ଏମିତି କିଛି ବୟାନ ଦେଇଛନ୍ତି କିଛି ବ୍ୟାଙ୍କ। ଏ ଥର ମୂଳ ପ୍ରସଙ୍ଗକୁ ଆସିବା । କୌଣସି ମୂଲ୍ୟବାନ ସମ୍ପତ୍ତି  କିମ୍ବା ସୁନା ଅଳଙ୍କାର ରହିବାର ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ବ୍ୟାଙ୍କ ଲକର୍ସ। ଏମିତି ଧାରଣା ଆପଣଙ୍କ ମନରେ ରହିଆସିଛି । ହେଲେ  ଏହା ଭାବିବା ଭୁଲ। ବ୍ୟାଙ୍କ ଲକର୍ସରେ ରଖିଥିବା ସାମଗ୍ରୀ ଯଦି କେବେ ଚୋରି ହୁଏ କିମ୍ବା କୌଣସି କାରଣରୁ ନଷ୍ଟ ହୁଏ ତେବେ ଏହା ଫେରିପାଇବା ଆଶା ବୃଥା।  ଅର୍ଥାତ ଏ ବାବଦରେ କୌଣସି କ୍ଷତିପୂରଣ  ମିଳିବ ନାହିଁ।

ସେ ଜାତୀୟସ୍ତରୟ ହେଉକି ଘରୋଇ ବ୍ୟାଙ୍କ ଏହି ନିୟମ ସବୁଠି ସମାନ।  ଏମିତି କିଛି କ୍ଷୟକ୍ଷତି ଏବଂ ଚୋରି ବାବଦରେ ବ୍ୟାଙ୍କମାନେ ଦାୟୀ ନୁହଁ ବୋଲି ଆରବିଆଇ କହିଛି। ଆରଟିଆଇ ବଳରେ ଏହି  ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ,  ଜଣେ ଓକିଲ ଆରଟିଆଇ ବଳରେ ଆରବିଆଇ ସମେତ ୧୯ଟି ବ୍ୟାଙ୍କକୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ୟୁକୋ ଏବଂ କାନାଡ଼ା ଆଦି ବ୍ୟାଙ୍କ ରହିଛି।

ତେବେ ଜବାବରେ ଆରବିଆଇ କହିଛି ଯେ,  ଲକର୍ସରେ ଥିବା ସାମଗ୍ରୀ ଚୋରି କିମ୍ବା କିଛି କ୍ଷୟକ୍ଷତି ଘଟିଲେ ଗ୍ରାହକଙ୍କୁ ଏ ବାବଦରେ କ୍ଷତିପୂରଣ ଦେବା ପାଇଁ  ବ୍ୟାଙ୍କକୁ ଆରବିଆଇ କୌଣସି ନିର୍ଦ୍ଦେଶ କିମ୍ବା ପରାମର୍ଶ ଜାରି କରି ନାହିଁ।  ସେହିପରି ବ୍ୟାଙ୍କମାନଙ୍କ କହିବା କଥା ହେଲା  ଯେମିତି ଘର ମାଲିକ ଏବଂ ଭଡ଼ାଟିଆ ମଧ୍ୟରେ ସମ୍ପର୍କ  ଠିକ୍‌ ସେମିତି ଲକର୍ସକୁ ନେଇ ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ।  ଏହାର ଅର୍ଥ ଲକର୍ସରେ ଥିବା ଜିନିଶର କିଛି ହେଲେ ଏଥିପାଇଁ ପରୋକ୍ଷରେ ଗ୍ରାହକ ହିଁ  ଦାୟୀ। ଏପରିକି କିଛି ବ୍ୟାଙ୍କ ମଧ୍ୟ ଚୁକ୍ତି ବେଳେ ସବୁ ଦାୟିତ୍ୱ ଗ୍ରାହକଙ୍କ ଉପରେ ଛାଡ଼ି ଦିଅନ୍ତି। ମୋଟାମୋଟିଭାବେ କହିବାକୁ ଗଲେ ଚୋରି, ଲୁଟ୍‌, ଅରାଜକତା, ଭଙ୍ଗାରୁଜା ଭଳି ପରିସ୍ଥିତି ଉପୁଜିଲେ ଲକର୍ସରେ ଥିବା ସାମଗ୍ରୀ ପ୍ରତି ବ୍ୟାଙ୍କମାନେ ଦାୟୀ ନୁହଁନ୍ତି।

Related story