ବାରଣାସୀ:  ସମନ୍ୱିତ ଶକ୍ତି ବିକାଶ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରଣାସୀ:  ରବିବାର ସମନ୍ୱିତ ଶକ୍ତି ବିକାଶ ଯୋଜନା ବା ଇଣ୍ଟିଗ୍ରେଟେଡ୍ ପାୱାର ସ୍କିମର ଡେଭଲପମେଣ୍ଟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରୁ ସେ ଏହି ଯୋଜନା ଆରମ୍ଭ କରିବେ। ଦେଶର ସହରାଞ୍ଚଳରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁଦୃଢ କରିବା ଓ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯିବ। ଯୋଜନା ଅନୁଯାୟୀ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରର ବିକାଶ ଲାଗି ନୂଆ ସବଷ୍ଟେସନ ପ୍ରତିଷ୍ଠା, ପୁରୁଣା ସବ୍ […]

narendra-Modi-

narendra-Modi-

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 01:43 AM IST

Sports

Latest News

ବାରଣାସୀ:  ରବିବାର ସମନ୍ୱିତ ଶକ୍ତି ବିକାଶ ଯୋଜନା ବା ଇଣ୍ଟିଗ୍ରେଟେଡ୍ ପାୱାର ସ୍କିମର ଡେଭଲପମେଣ୍ଟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରୁ ସେ ଏହି ଯୋଜନା ଆରମ୍ଭ କରିବେ। ଦେଶର ସହରାଞ୍ଚଳରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁଦୃଢ କରିବା ଓ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯିବ। ଯୋଜନା ଅନୁଯାୟୀ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରର ବିକାଶ ଲାଗି ନୂଆ ସବଷ୍ଟେସନ ପ୍ରତିଷ୍ଠା, ପୁରୁଣା ସବ୍ ଷ୍ଟେସନର ଉନ୍ନତିକରଣ,ଚୋରି ରୋକିବା ଲାଗି କେବୁଲ ବ୍ୟବହାର ଓ ଭୁତଳ କେବୁଲ ବ୍ୟବସ୍ଥାର ବିକାଶ କରାଯିବ। ବିତରଣରେ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ମିଟର ସଂଯୋଗ ସୁନିଶ୍ଚିତ କରିବା, ଗ୍ରାହକ ସେବାରେ ଉନ୍ନତି, ଅଡିଟ୍ ଓ ଆକାଉଣ୍ଟିଂ ବ୍ୟବସ୍ଥାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଓ ବିଦ୍ୟୁତ୍ ଶୁଳ୍କ ସଂଗ୍ରହ ବ୍ୟବସ୍ଥାକୁ ମଜଭୁତ କରାଯିବ। ସେହିପରି ସରକାରୀ ବିଲଡିଂରେ ସୋଲାର ପ୍ୟାନେଲ ବ୍ୟବହାର, ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଲାଗି ଚାଲିଥିବା ପୁନର୍ବିନ୍ୟାସ କାର୍ଯ୍ୟ ଓ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରିବା ଲାଗି ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି କେନ୍ଦ୍ର ସରକାର ୪୫ହଜାର ୮ଶହ କୋଟି ଟଙ୍କ। ଯୋଗାଇ ଦେବେ। ଏଥିମଧ୍ୟରୁ ଉତ୍ତରପ୍ରଦେଶକୁ ୧ହଜାର ୬୭ କୋଟି ଟଙ୍କ। ଯୋଗାଇ ଦିଆଯାଇଥିବା ବେଳେ କେବଳ ବାରଣାସୀ ଲାଗି ୫୭୨ କୋଟି ଟଙ୍କ। ଦିଆଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos