ରିପବ୍ଲିକ ଟିଭିର ଖୁଲାସାକୁ ନେଇ ଅସନ୍ତୋଷ ପ୍ରକାଶ କଲା ବାର୍କ
ମୁମ୍ୱାଇ: ମୁମ୍ୱାଇ ପୁଲିସ ରିପବ୍ଲିକ ଟିଭି ନାଁରେ ଯେଉଁ ଟିଆରପି ସ୍କାମ ଅଭିଯୋଗ ଆଣିଥିଲା ତାହା ୟୁଟର୍ଣ୍ଣ ନେଇଛି। ମୁମ୍ୱାଇ ପୁଲିସର ଅଭିଯୋଗ ବାବଦରେ ରପବ୍ଲିକ ଟିଭି ଟିଆରପି ରେଟିଂ ସଂସ୍ଥା ବାର୍କକୁ ଏକ ଇ-ମେଲ୍ କରିଥିଲା। ଯେଉଁଥିରେ ବାର୍କ ସିଇଓ ବ୍ୟକ୍ତିଗତ ଭାବରେ ଇ-ମେଲ କରି ରିପବ୍ଲିକ ଟିଭିକୁ କହିଥିଲେ ରିପବ୍ଲିକ ଟିଭି ନାଁରେ ଟିଆରପି ସ୍କାମ୍ ନାହିଁ। ତେବେ ଏହାକୁ ସାର୍ବଜନୀନନ କରିନି ବାର୍କ।
ହେଲେ ମୁମ୍ୱାଇ ପୁଲିସ ବାରମ୍ବାର ରିପବ୍ଲିକ ଚ୍ୟାନେଲର କର୍ମଚାରୀଙ୍କୁ ସମନ କରିବା ପରେ ସଂପୃକ୍ତ ଟିଭି ଚ୍ୟାନେଲ ବ୍ୟକ୍ତିଗତ ଇ-ମେଲକୁ ଆଜି ଏଗାରଟା ବେଳେ ସାର୍ବଜନୀନ କରିଥିଲା। ଏହାପରେ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ ଅଡୁଆରେ ପଡ଼ିଛନ୍ତି। ମିଛ ମାମଲା କରି ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି। ପରମବୀର ସିଂ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି।
#RepublicExposesParamBir | News Release: With the BARC email in public, the fake news-based campaign against Republic Media Network led by Mumbai Police Commissioner comes to an end pic.twitter.com/UEgGuIxeeC
— Republic (@republic) October 18, 2020
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ପ୍ରତିକ୍ରିୟାରେ କହିଛନ୍ତି, ପୁଲିସ କମିଶନରଙ୍କ ମନ୍ତବ୍ୟ ତଦନ୍ତ ନକରି ଦେଇଥିବା ଜଣାପଡ଼ୁଛି। ଏ ବାବଦରେ ତଦନ୍ତ ହେବା ଦରକାର। କଂଗ୍ରେସ ଜାଣିଶୁଣି ରିପବ୍ଲିକ ଟିଭିକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ବୋଲି କହିଥିଲେ।
ଅନ୍ୟପଟେ ବାର୍କ ରିପବ୍ଲିକ ଟିଭିର ଖୁଲାସା ଉପରେ ଅସନ୍ତୋଷ ପ୍ରକାଶ କରିଛି। ଏହା ବ୍ୟକ୍ତିଗତ ଇ-ମେଲ୍ ଥିଲା। ହେଲେ ଟିଭି ଚ୍ୟାନେଲ ସାର୍ବଜନୀନ କରିବା ଠିକ୍ ନଥିଲା ବୋଲି ଟ୍ୱିଟ୍ କରି କହିଛି। ବାର୍କ ତଦନ୍ତ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନି କି ପ୍ରଭାବିତ କରିବା ଉଦ୍ଦେଶ୍ୟ ନୁହେଁ ବୋଲି କହିଛି।
— BARCIndia (@BARCIndia) October 18, 2020
ସୂଚନାଯୋଗ୍ୟ, ବାର୍କର ସହଯୋଗୀ ସଂସ୍ଥା ହାଂସର ଏଫଆଇଆର ରିପୋର୍ଟରେ ଇଣ୍ଡିଆ ଟୁଡେ ଚ୍ୟାନେଲ ନାଁ ରହିଛି। ହେଲେ ପରମବୀର ସିଂହ ପ୍ରେସ କନଫରେନସରେ କହିଥିଲେ ବାର୍କ ରିପବ୍ଲିକ ଟିଭି ଏବଂ ଦୁଇ ମରାଠୀ ଚ୍ୟାନେଲର ନାମ। ତେବେ ହାଂସର ଏଫଆଇଆର ରିପବ୍ଲିକ ଟିଭି ଖୁଲାସା କରିବା ପରେ ପ୍ରଶ୍ନ ଘେରରେ ରହିଛନ୍ତି ମୁମ୍ୱାଇ ପୁଲିସ କମିଶନର।
ମାମଲା ଏବେ ହାଇକୋର୍ଟରେ ରହିଛି। ପୁଲିସ ଯେଉଁ ଅଭିଯୋଗ ଆଣିଛି ତାକୁ ଖାରଜ କରିବା ପାଇଁ ରିପବ୍ଲିକ୍ ଟିଭା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପଟେ ଆଜିର ଖୁଲାସା ପରେ ଏହି ମାମଲା ସିବିଆଇକୁ ଦିଆଯାଇ ପରମବୀର ସିଂଙ୍କ ବିରୋଧରେ ତଦନ୍ତ ଦାବି କରିଛି ରିପବ୍ଲିକ ଟିଭି।
ସେହିପରି ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ମଧ୍ୟ ମହାରାଷ୍ଟ୍ର ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ମିଡିଆର ସ୍ୱାଧୀନତା ଉପରେ କଂଗ୍ରେସ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।