ବର୍ଷାରେ ବେହାଲ ମୁମ୍ବାଇ ସହର

ମୁମ୍ୱାଇ : ଲଗାତାର ବର୍ଷା ହେବା କାରଣରୁ ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିଯିବା ସହ ଜନଜୀବନ ଠପ୍ ହୋଇଯାଇଛି । ପାଣି ଜମିଥିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ । ମୁମ୍ୱାଇର ବିଭିନ୍ନ ସହର ବର୍ଷା ଯୋଗୁ ବିଶେଷ ପ୍ରଭାବିତ ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ବର୍ଷାପାଣିରେ କାର ଓ ଅନ୍ୟ ଯାନ ଫସି […]

vlcsnap-2015-07-21-14h44m34s456

vlcsnap-2015-07-21-14h44m34s456

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 09:45 AM IST

ମୁମ୍ୱାଇ : ଲଗାତାର ବର୍ଷା ହେବା କାରଣରୁ ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିଯିବା ସହ ଜନଜୀବନ ଠପ୍ ହୋଇଯାଇଛି । ପାଣି ଜମିଥିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ସମ୍ଭବ ହେଉନାହିଁ । ମୁମ୍ୱାଇର ବିଭିନ୍ନ ସହର ବର୍ଷା ଯୋଗୁ ବିଶେଷ ପ୍ରଭାବିତ ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ବର୍ଷାପାଣିରେ କାର ଓ ଅନ୍ୟ ଯାନ ଫସି ରହିଥିବା ଦେଖିବାକୁ ମିଳିଥିଲା।

ରେଳ ଧାରଣା ଉପରେ ପାଣି ଚାଲିଥିବାରୁ ପାଲଘରା ଓ ବଇସରା ମଧ୍ୟରେ ୫ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ବହୁ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅଧିକାଂଶ ଫ୍ଲ।ଇଟ ମଧ୍ୟ ବିଳମ୍ୱରେ ଚାଲିଛି । ମୁମ୍ୱାଇ କର୍ପୋରେସନ ବା ବିଏମସି ପକ୍ଷରୁ ଏ ନେଇ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos