ବର୍ଷାରେ ବେହାଲ ମୁମ୍ୱାଇ

ମୁମ୍ୱାଇ : ଲଗାତାର ବର୍ଷାରେ ବେହାଲ ମୁମ୍ୱାଇ ସହର। ପ୍ରବଳ ବର୍ଷାରେ ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିବା ସହ ଜନଜୀବନ ଠପ୍ ହୋଇଯାଇଛି । ପାଣି ଜମିଥିବା ଯୋଗୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଯାଇଛି । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଛି। ମୁମ୍ୱାଇର ଦାଦର, ପାରେଲ, ଭିକ୍ରୋଲି, ଅନ୍ଧେରୀ, ଜୋଗେଶ୍ୱରୀ ଏବଂ ସାନ୍ତାକୃଜ ଆଦି ଅଞ୍ଚଳ ବର୍ଷାରେ ବିଶେଷଭାବେ ପ୍ରଭାବିତ ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। […]

mubai

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 09:46 AM IST

ମୁମ୍ୱାଇ : ଲଗାତାର ବର୍ଷାରେ ବେହାଲ ମୁମ୍ୱାଇ ସହର। ପ୍ରବଳ ବର୍ଷାରେ ମୁମ୍ୱାଇର ଅନେକ ଅଞ୍ଚଳରେ ପାଣି ଜମିବା ସହ ଜନଜୀବନ ଠପ୍ ହୋଇଯାଇଛି । ପାଣି ଜମିଥିବା ଯୋଗୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଯାଇଛି । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଛି। ମୁମ୍ୱାଇର ଦାଦର, ପାରେଲ, ଭିକ୍ରୋଲି, ଅନ୍ଧେରୀ, ଜୋଗେଶ୍ୱରୀ ଏବଂ ସାନ୍ତାକୃଜ ଆଦି ଅଞ୍ଚଳ ବର୍ଷାରେ ବିଶେଷଭାବେ ପ୍ରଭାବିତ ହୋଇଛି । ସହରର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ୍ ଯୋଗୁ ସମସ୍ୟା ଦେଖାଦେଇଛି। ବର୍ଷାପାଣିରେ କାର ଓ ଆନ୍ୟାନ୍ୟ ଯାନ ଫସି ରହିଥିବା ଦେଖିବାକୁ ମିଳିଥିଲା। ରେଳ ଧାରଣା ଉପରେ ପାଣି ମାଡିଯାଇଛି। ପୁନେରୁ ମୁମ୍ୱାଇ ମଧ୍ୟରେ ୭ଟି ଟ୍ରେନକୁ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ ଗତିପଥ ପରିବର୍ତ୍ତନ କରାଯାଇଛି । ଅଧିକାଂଶ ଫ୍ଲ।ଇଟ ମଧ୍ୟ ବିଳମ୍ୱରେ ଚାଲିଛି । ମୁମ୍ୱାଇ କର୍ପୋରେସନ ବା ବିଏମସି ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି । ଆଜି ସକାଳ ସୁଦ୍ଧା ମୁମ୍ୱାଇରେ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅପରାହ୍ନ ବେଳକୁ ସମୁଦ୍ରରେ ପ୍ରାୟ ୧୫ ଫୁଟ ଉଚ୍ଚ ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ମତ୍ସ୍ୟଜୀବୀ ସମୁଦ୍ର ନଯିବାକୁ ସତର୍କ କରାଯାଇଛି ।

Related story