ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରେ ପହଞ୍ଚିବ କୋଭିଫର

ନୂଆଦିଲ୍ଲୀ: ସରକାରଙ୍କ ନିକଟରୁ ହେଟେରୋ ନାମକ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ କରୋନା ରେମଡେସିଭିର ତିଆରି ଏବଂ ବିକ୍ରି ପାଇଁ ଅନୁମତି ପାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଦେଶର ୫ଟି ରାଜ୍ୟ ହେଟେରୋ କମ୍ପାନୀର ‘କୋଭିଫର’ ଔଷଧ ଗ୍ରହଣ କରିବାକୁ ଯାଉଛି। କମ୍ପାନୀ ୫ଟି ରାଜ୍ୟ ପାଇଁ ୨୦ ହଜାର କୋଭିଫର ଦେଇଥିବା ସୂଚନା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଏହି ରେମଡେସିଭିର ପାଇବେ ବୋଲି ଜଣାପଡ଼ିଛି। ହେଟେରୋ କମ୍ପାନୀ ୧ […]

hetero-Remdesivir

Subhransu Sekhar
  • Published: Thursday, 25 June 2020
  • , Updated: 25 June 2020, 06:58 PM IST

ନୂଆଦିଲ୍ଲୀ: ସରକାରଙ୍କ ନିକଟରୁ ହେଟେରୋ ନାମକ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ କରୋନା ରେମଡେସିଭିର ତିଆରି ଏବଂ ବିକ୍ରି ପାଇଁ ଅନୁମତି ପାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଦେଶର ୫ଟି ରାଜ୍ୟ ହେଟେରୋ କମ୍ପାନୀର ‘କୋଭିଫର’ ଔଷଧ ଗ୍ରହଣ କରିବାକୁ ଯାଉଛି। କମ୍ପାନୀ ୫ଟି ରାଜ୍ୟ ପାଇଁ ୨୦ ହଜାର କୋଭିଫର ଦେଇଥିବା ସୂଚନା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଏହି ରେମଡେସିଭିର ପାଇବେ ବୋଲି ଜଣାପଡ଼ିଛି। ହେଟେରୋ କମ୍ପାନୀ ୧ ଲକ୍ଷ କୋଭିଫର ଔଷଧ ଆଗାମୀ ଦୁଇ-ତିନି ସପ୍ତାହ ମଧ୍ୟରେ ତିଆରି କରି ବିଭିନ୍ନ ରାଜ୍ୟକୁ ପଠାଇବାକୁ ଲକ୍ଷ୍ୟ ରଖିଛି।

କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ଏହି ରେମଡେସିଭିର ଆଗ ପଠାଉଛି କମ୍ପାନୀ। ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆରେ ଏହି କୋଭିଫର ପହଞ୍ଚିବ। କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ତେଲେଙ୍ଗାନାର ହାଇଦ୍ରାବାଦରେ ରହିଛି।

ଏହି କୋଭିଫର କେବଳ ସରକାର ଏବଂ ହସ୍ପିଟାଲରେ ଉପଲବ୍ଧ ହେବ। କୌଣସି ଔଷଧ ଦୋକାନରେ ଉପଲବ୍ଧ ହେବ ନାହିଁ ବୋଲି ହେଟେରୋ ଗ୍ରୁପ ଅଫ୍ କମ୍ପାନୀର ଏମଡି ବାମସି କୃଷ୍ନା ବନ୍ଦି କହିଛନ୍ତି।

ହେଟେରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଫର ଏକ ୧୦୦ ମିଲିଗ୍ରାମର ଛୋଟିଆ କାଚ ଭିତରେ ରହିଛି। ଏହାର ଦାମ ୫,୪୦୦ ଟଙ୍କା ରହିଛି।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ କରୋନା ରେମଡେସିଭିର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମତି ପାଇଛି ହେଟେରୋ କମ୍ପାନୀ।

Related story