୧୦ ବର୍ଷର ପରକୀୟା ପ୍ରୀତିର କରୁଣ ପରିଣତି

ନୂଆଦିଲ୍ଲୀ: ପ୍ରଥମେ ଛୁରୀ ଭୁଶି ହତ୍ୟା ଆଉ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଶୁଟକେଶରେ ଭର୍ତ୍ତି କରି ଫୋପାଡ଼ି ଦେଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ହେଉଛି ଅନୈତିକ ପ୍ରେମ ସଂପର୍କ, ମୃତକ ହେଉଛନ୍ତି ପ୍ରେମିକ ଏବଂ ହତ୍ୟାକାରୀ ହେଉଛି ନିଜେ ପ୍ରେମିକା। ଏଭଳି ଜଘଣ୍ୟ କାଣ୍ଡକୁ ଦିଲ୍ଲୀ ପୁଲିସ ପର୍ଦ୍ଦାଫାସ କରିବା ସହ ମାମଲାରେ ହତ୍ୟାକାରୀ ପ୍ରେମିକା ସମେତ ସମୁଦାୟ ତିନି ଜଣଙ୍କୁ ଗିରଫ କରିଛି।  ନିଜ ଘରେ ଭାବୀ ସ୍ୱାମୀ […]

neeraj gupta

Subhransu Sekhar
  • Published: Thursday, 19 November 2020
  • , Updated: 19 November 2020, 02:49 PM IST

ନୂଆଦିଲ୍ଲୀ: ପ୍ରଥମେ ଛୁରୀ ଭୁଶି ହତ୍ୟା ଆଉ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଶୁଟକେଶରେ ଭର୍ତ୍ତି କରି ଫୋପାଡ଼ି ଦେଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ହେଉଛି ଅନୈତିକ ପ୍ରେମ ସଂପର୍କ, ମୃତକ ହେଉଛନ୍ତି ପ୍ରେମିକ ଏବଂ ହତ୍ୟାକାରୀ ହେଉଛି ନିଜେ ପ୍ରେମିକା। ଏଭଳି ଜଘଣ୍ୟ କାଣ୍ଡକୁ ଦିଲ୍ଲୀ ପୁଲିସ ପର୍ଦ୍ଦାଫାସ କରିବା ସହ ମାମଲାରେ ହତ୍ୟାକାରୀ ପ୍ରେମିକା ସମେତ ସମୁଦାୟ ତିନି ଜଣଙ୍କୁ ଗିରଫ କରିଛି।  ନିଜ ଘରେ ଭାବୀ ସ୍ୱାମୀ ସହ ମିଶି ପ୍ରେମିକା ନିଜ ପୂର୍ବତନ ପ୍ରେମିକଙ୍କୁ ହତ୍ୟା କରିବା ପରେ ମୃତ ଦେହକୁ କାଟି ଏକ ଶୁଟକେଶରେ ଟ୍ରେନ ଯୋଗେ ଏହାକୁ ନେଇ ଗୁଜରାଟର ଭରୁଜ ନିକଟରେ ଫିଙ୍ଗି ଦେଇଥିବା ଦିଲ୍ଲୀ ପୁଲିସ କହିଛି।

ପୁଲିସର କହିବା ଅନୁଯାୟୀ, ଦିଲ୍ଲୀର କରୋଲାବାଗରେ  ୪୬ ବର୍ଷ ବୟସ୍କ ବ୍ୟବସାୟୀ ନୀରଜ ଗୁପ୍ତାଙ୍କ ନିଜ ଅଫିସ ଅଛି। ଏହି ଅଫିସରେ ପ୍ରାୟ ୧୦ ବର୍ଷ ତଳେ ଚାକିରି ଆରମ୍ଭ କରିଥିଲେ ୨୮ ବର୍ଷର ଯୁବତୀ ଫୈଜଲ। ପରେ ମାଲିକ ନୀରଜ ଗୁପ୍ତାଙ୍କ  ସହ ତାଙ୍କର ପ୍ରେମ ସମ୍ପର୍କ ହୋଇଥିଲା। ନୀରଜ ବିବାହିତ ଥିଲେ ଏବଂ ଏହା ଜାଣି ସୁଦ୍ଧା ଫୈଜଲ ତାଙ୍କ ସହ ଦଶ ବର୍ଷ କାଳ ସଂପର୍କ ରଖିଥିଲେ। ତେବେ ନୀରଜ ଫୈଜଲଙ୍କୁ ବିବାହ କରିବାକୁ ଚାହୁଁ ନଥିବାରୁ ପରିବାର ଲୋକେ ଝିଅର ବିବାହ ଜୁବୈର ନାମକ ଯୁବକଙ୍କ ସହ ସ୍ଥିର କରି ଦେଇଥିଲେ।  ଜୁବୈର ଟ୍ରେନର ପ୍ୟାଣ୍ଟ୍ରି ସର୍ଭିସରେ କାମ କରନ୍ତି। ଫୈଜଲ ଓ ଜୁବୈରଙ୍କ ନିର୍ବନ୍ଧ ହୋଇ ଯିବା ପରେ ନୀରଜ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ।

ନଭେମ୍ବର ୧୩ରେ ନୀରଜ ଫୈଜଲଙ୍କ ଘରକୁ ଆସିଥିଲେ। ସେତେବେଳେ ଫୈଜଲଙ୍କ ସହ ତାଙ୍କ ମା ଓ ଭାବୀ ସ୍ୱାମୀ ଜୁବୈର ମଧ୍ୟ ଘରେ ଥିଲେ। ଘଟଣା ଦିନ ଫୈଜଲ ଓ ଜୁବୈରଙ୍କ ସହ ବିବାଦ ବଢ଼ିବାରୁ ପ୍ରଥମେ ଉଭୟେ ନୀରଜଙ୍କ ମୁଣ୍ଡକୁ ଏକ ଇଟାରେ ଶକ୍ତ ଆଘାତ ଦେଇଥିଲେ ଏବଂ ଛୁରୀ ଭୁଶି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ଫୈଜଲ, ତାଙ୍କ ମା ଶାହୀନ ନାରାଜ ଓ ଜୁବୈର ମିଶି ନିରଜଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଶୁଟକେଶରେ ଭର୍ତ୍ତି କରିଥିଲେ। ପରେ ଏକ କ୍ୟାବରେ ନିଜାମୁଦ୍ଦିନ ଷ୍ଟେସନକୁ ଯାଇଥିଲେ। ସେଠାରୁ ଜୁବୈର ଗୋଆ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ତାଙ୍କର ସହଯୋଗୀଙ୍କୁ କହିଥିଲେ ଫିଙ୍ଗିଦେବାକୁ। ଆଉ ସେ ବାଟରେ ଭାରୁଚ ନିକଟରେ ମୃତଦେହକୁ ଫିଙ୍ଗି ଦେଇଥିବା ଦିଲ୍ଲୀ ପୁଲିସ କହିଛି।

ସେପଟେ ନିରଜ ଘରକୁ ନ ଫେରିବାରୁ ତାଙ୍କ ସାଙ୍ଗ ନଭେମ୍ବର ୧୪ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୁଲିସ ନିରଜଙ୍କ ଫୋନ ନମ୍ବରକୁ ଡାଏଲ କରିଥିଲା। ଫୋନ ରିଙ୍ଗ୍ ହେବା ସତ୍ତ୍ୱେ, କେହି ରିସିଭ୍ କରି ନଥିଲେ। ଏହା ପରେ ନୀରଜଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ପ୍ରେମିକା ଫୈଜଲ ଓ ଜୁବୈରଙ୍କ ନାଁରେ ଅପହରଣ ଅଭିଯୋଗ ଆଣି ଏତଲା ଦେଇଥିଲେ। ଏହାପରେ ପୁଲିସ ଫୈଜଲଙ୍କୁ ଉଠାଇ ଆଣି ଆରମ୍ଭ କରିଥିଲା ତନାଘନା। ଆଉ ମାରାଥନ ଜେରାରେ ସବୁ ସତ ଓଗାଳିଥିଲା ଫୈଜଲ।

ତଦନ୍ତକୀରୀ ଡିସିପି କହିଛନ୍ତି ଯେ ହତ୍ୟା ଘଟଣାରେ ବ୍ୟବହୃତ ଇଟାଛୁରୀ ଆଦି ଜବତ ହୋଇ ସାରିଛି। ଏବେ ମୃତକଙ୍କ ଶବକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

Related story