ଦିଲ୍ଲୀ ପରାଜୟ ପରେ ବିଜେପିକୁ ପଶ୍ଚିମବଙ୍ଗ ଚିନ୍ତା

କୋଲକାତା: ଦିଲ୍ଲୀ ବିଧାନସଭା ନିର୍ବାଚନର ପରାଜୟ ପରେ ଆଗାମୀ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବିଜେପିକୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କେନ୍ଦ୍ର ସରକାରର ମଡେଲକୁ ବିକ୍ରି କରି ରାଜ୍ୟରେ ଆଉ ନିର୍ବାଚନ ଜିତି ହେବନି ବୋଲି ଏବେ ବିଜେପି ଏକ ପ୍ରକାର ବୁଝିସାରିଛି। ସିଏଏ ଓ ଏନଆରସିକୁ ପ୍ରସଙ୍ଗ କରିବାରୁ ଦିଲ୍ଲୀ ନିର୍ବାଚନର ପରିଣାମ ବିଜେପିକୁ ଭୋଗିବାକୁ ପଡ଼ିଛି। ତେଣୁ ଏବେ ପଶ୍ଚିମବଙ୍ଗରେ ସିଏଏ, ଏନଆରସିକୁ […]

mamata-modi

Subhransu Sekhar
  • Published: Thursday, 13 February 2020
  • , Updated: 13 February 2020, 06:08 PM IST

କୋଲକାତା: ଦିଲ୍ଲୀ ବିଧାନସଭା ନିର୍ବାଚନର ପରାଜୟ ପରେ ଆଗାମୀ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବିଜେପିକୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କେନ୍ଦ୍ର ସରକାରର ମଡେଲକୁ ବିକ୍ରି କରି ରାଜ୍ୟରେ ଆଉ ନିର୍ବାଚନ ଜିତି ହେବନି ବୋଲି ଏବେ ବିଜେପି ଏକ ପ୍ରକାର ବୁଝିସାରିଛି। ସିଏଏ ଓ ଏନଆରସିକୁ ପ୍ରସଙ୍ଗ କରିବାରୁ ଦିଲ୍ଲୀ ନିର୍ବାଚନର ପରିଣାମ ବିଜେପିକୁ ଭୋଗିବାକୁ ପଡ଼ିଛି। ତେଣୁ ଏବେ ପଶ୍ଚିମବଙ୍ଗରେ ସିଏଏ, ଏନଆରସିକୁ ପ୍ରସଙ୍ଗ ନକରି ଦ୍ୱିତୀୟ ବିକଳ୍ପ ରଣନୀତି ଜରିଆରେ ମମତା ସରକାର ବିରୋଧରେ ନିର୍ବାଚନ ଲଢ଼ିବା ଦରକାର। କାରଣ ସେଠାରେ ସିଏଏ ଏବଂ ଏନଆରସିକୁ ବିରୋଧ କରୁଛି ଟିଏମସି ସରକାର।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଆମ୍ ଆଦମୀ ପାର୍ଟି ସୁଶାସନକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବାରୁ ବିଜୟୀ ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ି ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଥିଲା। ଦିଲ୍ଲୀର ୭ଟି ଲୋକସଭା ଆସନରେ କିନ୍ତୁ ବିଜେପି ବିଜୟୀ ହୋଇଥିଲା। ହେଲେ ୭ ମାସ ପରେ ବିଧାନସଭା ନିର୍ବାଚନ ବେଳକୁ ବିଜେପିର ପରିଣାମ କିଛି ଓଲଟା ହୋଇଛି।

କେନ୍ଦ୍ରରେ ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବାର ୭ ମାସ ଭିତରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଭଳି ରାଜ୍ୟ ନିଜ ହାତରୁ ଯାଇସାରିଛି। ସେହିପରି ହରିଆଣାରେ ମେଣ୍ଟ କରି ବିଜେପି କ୍ଷମତାରେ ରହିଛି। ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସମ୍ପୂର୍ଣ୍ଣ ଭାବରେ ଅଲଗା। ତେଣୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସିଏଏ ଓ ଏନଆରସିକୁ କେବଳ ପ୍ରସଙ୍ଗ ନକରିବା ଉଚିତ୍।

ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ସହଯୋଗୀ ନେତା କହିଛନ୍ତି, ସିଏଏ ଓ ଏନଆରସିକୁ ପ୍ରସଙ୍ଗ କରି ରାଜ୍ୟରେ ବିଜେପି ଆକ୍ରମଣାତ୍ମକ ହୋଇଛି। ଏହାର ସକରାତ୍ମକ ଫଳାଫଳ ଲୋକସଭା ନିର୍ବାଚନରେ ମିଳିଛି। ଲୋକସଭା ନିର୍ବାଚନ ବେଳେ ଏହାକୁ ପ୍ରସଙ୍ଗ କରି ବିଜେପି ୧୮ଟି ଆସନରେ ବିଜୟୀ ହୋଇଛି। ଏବେ ଯଦି ଏହି ପ୍ରସଙ୍ଗରୁ ଦଳ ଓହରିବ ତାହେଲେ ଲୋକଙ୍କ ଆଗକୁ ଏକ ଭୁଲ୍ ବାର୍ତ୍ତା ଯାଇପାରେ। ବିଧାନସଭା ନିର୍ବାଚନ ବେଳେ ଆହୁରି ଅନେକ ପ୍ରସଙ୍ଗ ମଧ୍ୟ ରହିଛି ବୋଲି ସେ କହିଛନ୍ତି।

Related story