ପଶ୍ଚିମବଙ୍ଗରେ ପୁଣି ବିଜେପି-ଟିଏମସି ମୁହାଁମୁହିଁ, ୧୩ ବିଜେପି କର୍ମୀ ଗିରଫ୍

କୋଲକାତା: ଲୋକସଭା ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ଥମୁନି ତୃଣମୂଳ କଂଗ୍ରେସ-ବିଜେପି ମଧ୍ୟରେ ଲଢ଼େଇ। ଆଜି ଆସାନସୋଲରେ ପୁଣି ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିଛି। ପରେ ୧୩ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଛି। ଏଭଳି ଘଟଣା ପାଇଁ ଆସାନସୋଲର ମେୟର ଏବଂ ଟିଏମସି ନେତା ଜେ ତିଓ୍ୱାରୀ ସାଂସଦ ବାବୁଲ ସୁପ୍ରିୟୋଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିଜେପି କର୍ମୀ ଓ ସମର୍ଥକମାନେ ତାଙ୍କୁ […]

BJP TMC WORKER CLASHED

Subhransu Sekhar
  • Published: Saturday, 06 July 2019
  • , Updated: 06 July 2019, 05:15 PM IST

କୋଲକାତା: ଲୋକସଭା ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ଥମୁନି ତୃଣମୂଳ କଂଗ୍ରେସ-ବିଜେପି ମଧ୍ୟରେ ଲଢ଼େଇ। ଆଜି ଆସାନସୋଲରେ ପୁଣି ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିଛି। ପରେ ୧୩ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଛି।

ଏଭଳି ଘଟଣା ପାଇଁ ଆସାନସୋଲର ମେୟର ଏବଂ ଟିଏମସି ନେତା ଜେ ତିଓ୍ୱାରୀ ସାଂସଦ ବାବୁଲ ସୁପ୍ରିୟୋଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିଜେପି କର୍ମୀ ଓ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିଲେ। ହେଲେ ସେମାନେ ନଗର ନିଗମର ଗେଟ୍ ପହଞ୍ଚିବା ପୂର୍ବରୁ ଟିଏମସି କର୍ମୀ ସେମାନଙ୍କୁ ଅଟକାଇଥିଲେ।

ଏହି ଅବସରରେ ସାଂସଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଆସାନଶୋଲ ମେୟର। ସେ ସାଂସଦ ବାବୁଲ ସୁପ୍ରିୟୋଙ୍କୁ ମାଙ୍କଡ଼ ସହିତ ତୁଳନା କରିଛନ୍ତି। ତାଙ୍କ ଭଳି ମାଙ୍କଡଙ୍କୁ କାବୁ କରିବା ପାଇଁ ଅନେକ ପିଞ୍ଜରା ରହିଛି ବୋଲି ମେୟର କହିଛନ୍ତି।

Related story