ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ନୂଆଦିଲ୍ଲୀ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଆଜି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି। ଏଥିସହ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବେଙ୍ଗାଲୁରୁରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ସ୍ଥାୟୀ ଅଫିସ ପ୍ରତିଷ୍ଠା ପାଇଁ ନିବେଦନ ମଧ୍ୟ କରିଛନ୍ତି। ଗତକାଲି ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ତେଜସ୍ୱୀ କହିଛନ୍ତି, ବେଙ୍ଗାଲୁରୁରୁ ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହେଲାଣି। ଆତଙ୍କବାଦୀ ସଂଗଠନ ଗୁଡ଼ିକ ସେମାନଙ୍କ କାର୍ଯ୍ୟକଳାପକୁ […]

v

Hemant Lenka
  • Published: Sunday, 27 September 2020
  • , Updated: 27 September 2020, 05:50 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଆଜି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି। ଏଥିସହ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବେଙ୍ଗାଲୁରୁରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ସ୍ଥାୟୀ ଅଫିସ ପ୍ରତିଷ୍ଠା ପାଇଁ ନିବେଦନ ମଧ୍ୟ କରିଛନ୍ତି।

ଗତକାଲି ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ତେଜସ୍ୱୀ କହିଛନ୍ତି, ବେଙ୍ଗାଲୁରୁରୁ ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହେଲାଣି। ଆତଙ୍କବାଦୀ ସଂଗଠନ ଗୁଡ଼ିକ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଏହି ସହରକୁ ବାଛିବାରେ ଲାଗିଛନ୍ତି।

ଏହି କାରଣ ପାଇଁ ସେ ଦୁଇ ଦିନ ତଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଶ୍ରୀ ଶାହଙ୍କୁ ବେଙ୍ଗାଲୁରୁରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ସ୍ଥାୟୀ ଏନଆଇଏ ଅଫିସ ଖୋଲିବାକୁ ନିବେଦନ କରିଛନ୍ତି। ଶ୍ରୀ ଶାହ ମଧ୍ୟ ଏନଆଇଏ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇବେ ଓ ଏସପି ରାଙ୍କର ଅଧିକାରୀଙ୍କୁ ନେଇ ବେଙ୍ଗାଲୁରୁରେ ଯାଥାଶୀଘ୍ର ସ୍ଥାୟୀ ଷ୍ଟେସନ ହାଉସ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ତେଜସ୍ୱୀ ଆଜି ସୂଚନା ଦେଇଛନ୍ତି।

ତେଜସ୍ୱୀ ଆହୁରି କହିଛନ୍ତି, ଏନଆଇଏ ଅଗଷ୍ଟ ମାସରେ ଘଟିଥିବା ଡିଜେ ହାଲ୍ଲି ଓ କେଜି ହାଲ୍ଲି ଘଟଣାର ତଦନ୍ତ କରୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଆତଙ୍କବାଦୀମାନେ ବେଙ୍ଗାଲୁରୁକୁ ସେମାନଙ୍କ ପେଣ୍ଠସ୍ଥଳୀ ଭାବେ ଚିହ୍ନଟ କରି ଏଠାରୁ ଭାରତ ବିରୋଧୀ କାର୍ଯ୍ୟ କରିବାକୁ ଲାଗି ପଡ଼ିଛନ୍ତି।

ଅଗଷ୍ଟ ୧୧ରେ ୩ ହଜାରରୁ ଅଧିକ ଦୁର୍ବୃତ୍ତ କଂଗ୍ରେସ ବିଧାୟକ ଆର ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି, ତାଙ୍କ ଭଉଣୀ ଜୟାନଥି, ଡିଜେ ହାଲ୍ଲି ଓ କେଜି ହାଲ୍ଲି ପୁଲିସ୍‌ ଷ୍ଟେସନରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ଶ୍ରୀନିବାସଙ୍କ ପୁତୁରା ଫେସବୁକରେ ଧର୍ମକୁ ନେଇ ବିବାଦୀୟ ବୟାନ ଦେବାକୁ ଏଭଳି ଘଟଣା ଘଟିଥିଲା।

ତେଜସ୍ୱୀ କହିଛନ୍ତି, ତଦନ୍ତ ପାଇଁ ପର୍ଯ୍ୟାପ୍ତ ଅଧିକାରୀ କିମ୍ବା ଭିତ୍ତିଭୂମି ଏନଆଇଏ ପାଖରେ ନଥିବା ରିପୋର୍ଟ ପ୍ରକାଶ ପାଉଛି। ଏନଆଇଏ ଏବେ କିଛି ହାତ ଗଣତି ଅଧିକାରୀଙ୍କୁ ନେଇ ହାଇଦ୍ରାବାଦରୁ ହିଁ ତଦନ୍ତ କାର୍ଯ୍ୟ ଜାରି ରଖିଛି। ବେଙ୍ଗାଲୁରୁରେ କୌଣସି ଅଫିସ ନାହିଁ। ବେଙ୍ଗାଲୁରୁକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିବାକୁ ହେଲେ ତୁରନ୍ତ ଏନଆଇଏ ଅଫିସ ଏଠାରେ ଖୋଲିବା ଦରକାର ବୋଲି ସେ କହିଛନ୍ତି।

Related story