କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ପୁଲିସ୍‌ ଆଗରେ ନିଜର ବୟାନ ରଖିଛନ୍ତି। ସଞ୍ଜୟଙ୍କ ୪ଟି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିବାର ଥିଲା। ହେଲେ କାହିଁକି ସଞ୍ଜୟ ୪ଟି ଯାକ ଫିଲ୍ମରୁ ସୁଶାନ୍ତଙ୍କୁ ବାଦ୍‌ ଦେଇଥିଲେ, ସେକଥା ସେ ପୁଲିସ୍‌ ଆଗରେ କହିଛନ୍ତି। ସଞ୍ଜୟ ପୁଲିସ୍‌କୁ କହିଛନ୍ତି ଯେ ସେ ତାଙ୍କୁ ୪ଟି ଫିଲ୍ମ ଅଫର ଦେଇଥିଲି। ହେଲେ ସୁଶାନ୍ତଙ୍କ ପାଖରେ ଏହାର […]

da

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 04:30 PM IST

ମୁମ୍ବାଇ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ପୁଲିସ୍‌ ଆଗରେ ନିଜର ବୟାନ ରଖିଛନ୍ତି। ସଞ୍ଜୟଙ୍କ ୪ଟି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିବାର ଥିଲା। ହେଲେ କାହିଁକି ସଞ୍ଜୟ ୪ଟି ଯାକ ଫିଲ୍ମରୁ ସୁଶାନ୍ତଙ୍କୁ ବାଦ୍‌ ଦେଇଥିଲେ, ସେକଥା ସେ ପୁଲିସ୍‌ ଆଗରେ କହିଛନ୍ତି।

ସଞ୍ଜୟ ପୁଲିସ୍‌କୁ କହିଛନ୍ତି ଯେ ସେ ତାଙ୍କୁ ୪ଟି ଫିଲ୍ମ ଅଫର ଦେଇଥିଲି। ହେଲେ ସୁଶାନ୍ତଙ୍କ ପାଖରେ ଏହାର ଶୁଟିଂ ପାଇଁ ସମୟ ନଥିଲା। ତେଣୁ ସେ ବାଧ୍ୟ ହୋଇ ସୁଶାନ୍ତଙ୍କୁ ଏଥିରୁ ବାଦ ଦେଇଥିଲେ। ଏହାପରେ ଅନ୍ୟ ଅଭିନେତାଙ୍କୁ ଫିଲ୍ମ ପାଇଁ ଅଫର ଦିଆଯାଇଥିଲା ବୋଲି ସେ ପୁଲିସ୍‌ ଆଗରେ କହିଛନ୍ତି।

ଗତକାଲି ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ସଞ୍ଜୟ ଲୀଲା ବଂଶାଲୀ ହାଜର ହେବା ପରେ ତାଙ୍କୁ ପୁଲିସ୍‌ ଘନଘନ ଜେରା କରିଥିଲା। ପ୍ରାୟ ୩ ଘଣ୍ଟା ଧରି ସଞ୍ଜୟଙ୍କ ବୟାନ ରେକର୍ଡ କରାଯାଇଛି।

ମୁମ୍ବାଇ ପୁଲିସ୍‌ର ଜୋନ ୯ର ଡିସିପି ଅଭିଷେକ ତ୍ରିମୁଖେ କହିଛନ୍ତି, ସୁଶାନ୍ତଙ୍କୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ୪ଟି ଫିଲ୍ମର ଅଫର ଦେଇଥିଲେ। ହେଲେ ସେ ସମୟ ନ ଦେବାରୁ ଅନ୍ୟ ଅଭିନେତାଙ୍କୁ ଏହାର ଅଫର ମିଳିଥିଲା। ଆମେ ଏବେ ଅନ୍ୟ ଯେଉଁ ସବୁ ପ୍ରଡକ୍ସନ ହାଉସ ସହ ସୁଶାନ୍ତଙ୍କ ସମ୍ପର୍କ ଥିଲା, ତା’ର ଖୋଳତାଡ଼ କରୁଛୁ।

ରାଜପୁତଙ୍କ ପରିବାର ଲୋକ, ସାଙ୍ଗ ଓ ଅନ୍ୟମାନଙ୍କୁ ମିଶାଇ ମୋଟ ୩୪ ଜଣଙ୍କ ବୟାନ ଏବେସୁଦ୍ଧା ରେକର୍ଡ କରାଯାଇଛି। ସୋଶାଲ ମିଡିଆରେ ସୁଶାନ୍ତ ଘଟଣା ଦିନ କିଛି ଟ୍ୱିଟ କରିଥିବା ଖବର ଭାଇରାଲ ହୋଇଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଟ୍ୱିଟର ସହ ଯୋଗାଯୋଗ କରିଛୁ। ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ତଦନ୍ତ କରାଯାଉଛି। ସେ ଆହୁରି କହିଛନ୍ତି, ସୁଶାନ୍ତଙ୍କ ଘରେ କୌଣସି ସିସିଟିଭ ଲାଗି ନଥିଲା।

ସୂଚନାଯୋଗ୍ୟ, ୩୪ ବର୍ଷୀୟ ସୁଶାନ୍ତ ଜୁନ୍‌ ୧୪ ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ତାଙ୍କ ବାନ୍ଦ୍ରା ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ବଲିଉଡରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଓ କିଛି ନିର୍ଦ୍ଦିଷ୍ଟ ଲୋକ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।

Related story