ଭାରତକୁ ଭାଗ ଭାଗ କରି ଦେବୁ: ହାଫିଜ୍

ଇସଲାମବାଦ: ଭାରତ ତା’ର ପରବର୍ତ୍ତୀ ଟାର୍ଗେଟ ବୋଲି କହିଛି ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାୱାର ମୁଖ୍ୟ ହାଫିଜ ସୟିଦ। ରବିବାର ପେଶାୱରଠାରେ ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ କହିଥିଲା ଏହି କଥା। ହାଫିଜ କହିଥିଲା, ଆମେରିକା ଓ ରୁଷ ଆଫଗାନିସ୍ତାନରେ ଆକ୍ରମଣ କରିଥିଲେ। ଆମେ ଆଫଗାନ ଭାଇମାନଙ୍କୁ ସାହାଯ୍ୟ କରିଥିଲୁ ଓ ଆମେରିକା ଏବଂ ରୁଷ ଉପରେ ଜିହାଦ ଘୋଷଣା କରିଥିଲୁ। ଆମେ ଏହି ଦୁଇ ରାଷ୍ଟ୍ରକୁ ଭାଗ ଭାଗ କରି ଦେଇଥିଲୁ। ବର୍ତ୍ତମାନ ବିଶ୍ୱରେ […]

hafiz sayeed

Rakesh Mallick
  • Published: Monday, 20 April 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ଭାରତ ତା’ର ପରବର୍ତ୍ତୀ ଟାର୍ଗେଟ ବୋଲି କହିଛି ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାୱାର ମୁଖ୍ୟ ହାଫିଜ ସୟିଦ। ରବିବାର ପେଶାୱରଠାରେ ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ କହିଥିଲା ଏହି କଥା।

ହାଫିଜ କହିଥିଲା, ଆମେରିକା ଓ ରୁଷ ଆଫଗାନିସ୍ତାନରେ ଆକ୍ରମଣ କରିଥିଲେ। ଆମେ ଆଫଗାନ ଭାଇମାନଙ୍କୁ ସାହାଯ୍ୟ କରିଥିଲୁ ଓ ଆମେରିକା ଏବଂ ରୁଷ ଉପରେ ଜିହାଦ ଘୋଷଣା କରିଥିଲୁ। ଆମେ ଏହି ଦୁଇ ରାଷ୍ଟ୍ରକୁ ଭାଗ ଭାଗ କରି ଦେଇଥିଲୁ। ବର୍ତ୍ତମାନ ବିଶ୍ୱରେ ଆଉ ଦୁଇଟି ଶକ୍ତିଶାଳୀ ଦେଶ ରହିଯାଇଛି। ସେ ଦୁଇଟି ହେଲା ଭାରତ ଓ ଇସ୍ରାଏଲ୍ । ତେବେ ଆମର ପ୍ରଥମ ଟାର୍ଗେଟ ହେବ ଭାରତ। ତା’ପରେ ଇସ୍ରାଏଲ। ଆଲ୍ଲାଙ୍କ ନାମ ନେଇ କହୁଛୁ ଜିହାଦ ଜରିଆରେ ଏ ଦୁଇ ଦେଶକୁ ଆମେ ଭାଗ ଭାଗ କରି ଦେବୁ। ଆଉ ତା’ପରେ ସାରା ବିଶ୍ୱରେ ଇସଲାମ ହୁକୁମତ କରିବ।

ହାଫିଜ କହିଥିଲା ଯେ ତା’ସଙ୍ଗଠନ ଆଫଗାନିସ୍ତାନରେ ତାଲିବାନକୁ ସହଯୋଗ କରିଥିଲା। ଜମାତର ଯୁବକମାନଙ୍କୁ ଆଫଗାନିସ୍ତାନ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ଜିହାଦ ପାଇଁ ମଧ୍ୟ ଜମାତର ଯୁବକମାନଙ୍କୁ ବ୍ୟବହାର କରାଯିବ। ଜମାତର ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ତାଲିବାନ ସହିତ ଭଲ ସଂପର୍କ ରହିଛି।

ହାଫିଜର ଆତଙ୍କବାଦୀ ସଂଗଠନ ଅଲ୍ କଏଦା ସହିତ ବି ରହିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ହାଫିଜ ଲାହୋର, ହରିପୁର, ଫୈସଲାବାଦ ଓ ପେଶାୱର ଆଦି ଅଞ୍ଚଳରେ ରାଲି କରୁଛି ଓ ଏଥିରେ ହାଫିଜ ଜିହାଦ ନେଇ ଉପଦେଶ ଦେଉଛି।

Related story