ଯୋଗୀଙ୍କ ଇଜ୍ଜତ ବଞ୍ଚାଇ ଦେଲେ ରବି କିଷନ

ଗୋରଖପୁର: ବିଜେପିର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଜ୍ଜତ ବଞ୍ଚାଇଛନ୍ତି ଭୋଜପୁରୀ ଅଭିନେତା ରବି କିଷନ। ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ହାରିଥିଲା। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ପୁଣିଥରେ ଗୋରଖପୁର ଆସନ ବିଜେପି ଖାତାକୁ ଫେରିଛି। ଏଠାରେ ରବି କିଷନ ସମାଜବାଦୀ ପାର୍ଟିର ରାମଭୁଆଲ ନିଶାଦଙ୍କୁ ୩,୦୧,୬୬୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରବି କିଷନ […]

yuf

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 07:01 PM IST

ଗୋରଖପୁର: ବିଜେପିର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଜ୍ଜତ ବଞ୍ଚାଇଛନ୍ତି ଭୋଜପୁରୀ ଅଭିନେତା ରବି କିଷନ।

ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ହାରିଥିଲା। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ପୁଣିଥରେ ଗୋରଖପୁର ଆସନ ବିଜେପି ଖାତାକୁ ଫେରିଛି।

ଏଠାରେ ରବି କିଷନ ସମାଜବାଦୀ ପାର୍ଟିର ରାମଭୁଆଲ ନିଶାଦଙ୍କୁ ୩,୦୧,୬୬୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରବି କିଷନ ୬୦.୫% ଭୋଟ ପାଇଥିବା ବେଳେ ନିଶାଦ ମାତ୍ର ୩୪.୯% ଭୋଟ୍‌ ପାଇଛନ୍ତି।

ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏହି ଆସନରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଜିତିଥିଲେ। ସେହିପରି ଯୋଗୀଙ୍କ ଗୁରୁ ମହନ୍ତ ଆଦିତ୍ୟନାଥ ୧୯୮୯,୧୯୯୧, ୧୯୯୬ରେ ଏହି ଆସନରେ ଜିତିଥିଲେ।

Related story