ଭୂକଂପ ପ୍ରଭାବିତ ନେପାଳର କୃଷି କ୍ଷେତ୍ର ଆବଶ୍ୟକ କରୁଛି ୨୦ ନିୟୁତ ଡଲାରର ସହାୟତା

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୟଙ୍କର ଭୂକଂପରେ ନେପାଳର ଅନ୍ୟ କ୍ଷେତ୍ର ଭଳି କୃଷି କ୍ଷେତ୍ର ବି ପ୍ରଭାବିତ ହୋଇଛି। କୃଷକମାନେ ସର୍ବସ୍ୱ ହରାଇଛନ୍ତି। କୃଷି ଉପକରଣ ଓ ଯନ୍ତ୍ରପାତି ହରାଇଛନ୍ତି। ଚାଷ କାର୍ଯ୍ୟରେ ସହଯୋଗ କରୁଥିବା ବଳଦ ଆଦି ବି ନାହାନ୍ତି ସେମାନଙ୍କ ପାଖରେ। ତେଣୁ ଏଠାରେ ପୁଣି ଥରେ ଚାଷ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ପ୍ରାୟ ୨୦ ନିୟୁତ ଆମେରିକୀୟ ଡଲାରର ସହାୟତା ଆବଶ୍ୟବ। ନହେଲେ ଏଠାରେ ଖାଦ୍ୟ ସଂକଟ ଦେଖାଯିବ। […]

nepalfarmaers

Rakesh Mallick
  • Published: Saturday, 20 June 2015
  • , Updated: 04 May 2017, 03:45 PM IST

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୟଙ୍କର ଭୂକଂପରେ ନେପାଳର ଅନ୍ୟ କ୍ଷେତ୍ର ଭଳି କୃଷି କ୍ଷେତ୍ର ବି ପ୍ରଭାବିତ ହୋଇଛି। କୃଷକମାନେ ସର୍ବସ୍ୱ ହରାଇଛନ୍ତି। କୃଷି ଉପକରଣ ଓ ଯନ୍ତ୍ରପାତି ହରାଇଛନ୍ତି। ଚାଷ କାର୍ଯ୍ୟରେ ସହଯୋଗ କରୁଥିବା ବଳଦ ଆଦି ବି ନାହାନ୍ତି ସେମାନଙ୍କ ପାଖରେ। ତେଣୁ ଏଠାରେ ପୁଣି ଥରେ ଚାଷ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ପ୍ରାୟ ୨୦ ନିୟୁତ ଆମେରିକୀୟ ଡଲାରର ସହାୟତା ଆବଶ୍ୟବ। ନହେଲେ ଏଠାରେ ଖାଦ୍ୟ ସଂକଟ ଦେଖାଯିବ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ବା ଏଫଏଓ ପକ୍ଷରୁ ଶନିବାର ଏହି ରିପୋର୍ଟ ଦିଆଯାଇଛି।

ଏଫଏଓ ପକ୍ଷରୁ ନେପାଳରେ ଅବସ୍ଥାପିତ ଏହାର ପ୍ରତିନିଧି ସୋମସାକ୍ ପିପୋପ୍ପିନୟୋ କହିଛନ୍ତି, ଚଳିତ ବର୍ଷା ଋତୁରେ ଦେଶର ସମସ୍ତ କୃଷକମାନଙ୍କୁ ସହାୟତା ଯୋଗାଇ ଦେବା କଷ୍ଟକର ହୋଇଯିବ। ଆଉ ମାତ୍ର କିଛି ଦିନ ମଧ୍ୟରେ ଏଠାରେ ମୌସୁମୀ ବାୟୁ ପହଞ୍ଚିଯିବ ଓ ବର୍ଷା ହୋଇଯିବ। ଏତେ କମ୍ ସମୟ ମଧ୍ୟରେ ଦେଶରେ ଭୂକଂପ ପ୍ରଭାବିତ ସମସ୍ତ ଅଞ୍ଚଳର ଚାଷୀମାନଙ୍କୁ ଧାନ ବିହନ ଯୋଗାଇବା ବହୁତ କମ୍ ସୁଯୋଗ ରହିଛି।

ସେ କହିଛନ୍ତି, ଏଫଏଓ ପକ୍ଷରୁ ନେପାଳର ୬ଟି ଜିଲ୍ଲାରେ ୪୦ ହଜାର ବ୍ୟାଗ୍ ଧାନ ବିହନ ବଣ୍ଟା ସରିଛି। ପ୍ରତି ବ୍ୟାଗରେ ୫ କିଲୋ ଲେଖାଏଁ ବିହନ ରହିଛି। ଭୂକଂପରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଧାଡ଼ିଙ୍ଗ, ଡୋଲଖା, ନୂୱାକୋଟ, ରାସୁୱା ଓ ସିନ୍ଧୁପାଲଚୌକରେ ଚାଷୀମାନଙ୍କୁ ଏହି ଧାନ ବିହନ ବଣ୍ଟା ଯାଇଛି। ଧାନ ବିହନ ସହିତ ପନିପରିବା ମଞ୍ଜି, ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମଧ୍ୟ ବଣ୍ଟା ଯାଇଛି।

ଆଗାମୀ ଦିନରେ ଏଫଏଓ ପକ୍ଷରୁ ଦେଶର ଚାଷୀ ମାନଙ୍କୁ ଶୀତ ଋତୁ ପାଇଁ ପନିପରିବା ମଞ୍ଜି, ଗହମ ବିହନ ଆଦି ଦିଆଯିବ ବୋଲି ସେ କହିଛନ୍ତି।

ସୋମସାକ୍ ପିପୋପ୍ପିନୟୋ ଆହୁରି ମଧ୍ୟ କହିଛନ୍ତି, ନେପାଳର କୃଷି କ୍ଷେତ୍ର ପାଇଁ ଜରୁରୀକାଳୀନ ଭିତ୍ତିରେ ୨୩.୪ ନିୟୁତ ଆମେରିକୀୟ ଡଲାର ଦରକାର ବୋଲି ଏଫଏଓ କହିଥିଲା। ଏଥିରୁ ମାତ୍ର ୧୦% ଅର୍ଥ ଏପର୍ଯ୍ୟନ୍ତ ନେପାଳକୁ ଯୋଗାଇ ଦିଆଯାଇଛି। ନେପାଳର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। ଏଭଳି ସ୍ଥିତିରେ ଯେଉଁ ହାରରେ ଅନ୍ତର୍ଜାତୀୟ ସାହାଯ୍ୟ ଆସୁଛି ସେଥିରେ ନେପାଳର କୃଷକମାନଙ୍କର ବିଶେଷ କିଛି ଫାଇଦା ହେବ ନାହିଁ। ତେଣୁ ସହାୟତା ଜଲଦି ଆସିବା ଦରକାର। ଏହା ନହେଲେ ଶୀତ ଋତୁରେ ଆରମ୍ଭ ହେବାକୁ ଥିବା ଚାଷ ବି ପ୍ରଭାବିତ ହେବ। ଜଳ ସେଚନ ନେଇ ଭାରି ଅସୁବିଧା ହେବ। କାରଣ ଜଳସେଚନ ପ୍ରଣାଳୀ ଗୁଡ଼ିକୁ ମରାମତି କରିବା ଓ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି। ସେହିପରି ଚାଷ କାର୍ଯ୍ୟରେ ସହଯୋଗ କରୁଥିବା ବଳଦ ଆଦି ପ୍ରାଣୀ ମାନଙ୍କର ଖାଇବା, ରହିବା, ଔଷଧ ଇତ୍ୟାଦି ପ୍ରତି ବି ଧ୍ୟାନ ଦେବା ପାଇଁ ଅର୍ଥର ଆବଶ୍ୟକତା ରହିଛି।

Related story