ନୂଆଦିଲ୍ଲୀ: ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ମହଙ୍ଗା ହେଲା ଭୁଟାନ ତୀର୍ଥଯାତ୍ରା। ଭାରତୀୟ ତୀର୍ଥଯାତ୍ରୀ ଭୁଟାନର ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ହେଲେ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଏ ନେଇ ଭୁଟାନର ନିମ୍ନ ସଦନରେ ଗତକାଲି ଏକ ବିଧେୟକ ଗୃହୀତ ହୋଇଛି। ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ପରିବର୍ତ୍ତନ ପାଇଁ ଭୁଟାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।
ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ତୀର୍ଥଯାତ୍ରୀ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ତୀର୍ଥଯାତ୍ରୀ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଭୁଟାନ ସରକାର। ୨୦୧୮ରେ ଭାରତ, ବାଂଲାଦେଶ ଏବଂ ମାଳଦ୍ୱୀପରୁ ୧୦ ପ୍ରତିଶତ ଅଧିକ ତୀର୍ଥଯାତ୍ରୀ ଭୁଟାନ ଆସିଛନ୍ତି ବୋଲି ଜଣାପଡ଼ିଛି।
ଭୁଟାନ ଅଧିକାରୀ ଭାରତ ସରକାରଙ୍କୁ ଆଶ୍ୱସନା ଦେଇ କହିଛନ୍ତି, ନୂଆ ନିୟମ ଅନୁଯାୟୀ ଭାରତୀୟ ପର୍ଯ୍ୟଟକଙ୍କୁ କୌଣସି ଅସୁବିଧା ହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।