ବାଇଡେନ ଯୁଗ ଆରମ୍ଭ, ଆମେରିକା ଶାସନ ଗାଦିରେ ଭାରତୀୟ ବଂଶୋଦ୍ଭବ

ୱାଶିଂଟନ: ବହୁ ବିବାଦ ଓ ବାଧାବିଘ୍ନ ପରେ ଶେଷରେ ଆମେରିକାରରେ ଆରମ୍ଭ ହେଲା ଜୋ ବାଇଡେନ ଓ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ଶାସନ। ଆଜି ଭାରତୀୟ ସମୟ ଠିକ୍ ୧୦.୧୧ରେ କ୍ୟାପିଟଲ ହିଲ୍ସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ପ୍ରଥମେ କମଳା ହାରିସ ଶପଥ ନେଇଥିଲେ। ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସୀୟ ଓ ପ୍ରଥମ କୃଷ୍ଣକାୟ ମହିଳା ଭାବେ ଉପରାଷ୍ଟ୍ରପତି ଭାବେ […]

gt

Hemant Lenka
  • Published: Wednesday, 20 January 2021
  • , Updated: 20 January 2021, 10:28 PM IST

ୱାଶିଂଟନ: ବହୁ ବିବାଦ ଓ ବାଧାବିଘ୍ନ ପରେ ଶେଷରେ ଆମେରିକାରରେ ଆରମ୍ଭ ହେଲା ଜୋ ବାଇଡେନ ଓ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ଶାସନ। ଆଜି ଭାରତୀୟ ସମୟ ଠିକ୍ ୧୦.୧୧ରେ କ୍ୟାପିଟଲ ହିଲ୍ସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ପ୍ରଥମେ କମଳା ହାରିସ ଶପଥ ନେଇଥିଲେ।

ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସୀୟ ଓ ପ୍ରଥମ କୃଷ୍ଣକାୟ ମହିଳା ଭାବେ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଛନ୍ତି। କମଳା ହାରିସ ଶପଥ ନେବା ପରେ ଜେନିଫର ଲୋପେଜ This Land is Your Land ଗୀତ ଗାଇଥିଲେ।

ଏହାପରେ ବିଶ୍ୱବାସୀ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିବା ମୁହୂର୍ତ୍ତ ଆସିଥିଲା। ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଜୋ ବାଇଡେନ। ଭାରତୀୟ ସମୟ ରାତି ୧୦.୧୮ରେ ସେ ଶପଥ ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ ଆମରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାର ରେକର୍ଡ କରିଛନ୍ତି। ତାଙ୍କୁ ଆମେରିକା ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଜନ୍ ରବର୍ଟସ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବାଇଡେନ ଆଜି ନିଜ ପରିବାରରେ ଥିବା ୧୨୭ ବର୍ଷ ପୁରୁଣା ୫ ଇଞ୍ଚ ମୋଟେଇର ବାଇବେଲ୍ ଉପରେ ହାତ ରଖି ଶପଥ ନେଇଛନ୍ତି। ଏହାକୁ ବାଇଡେନଙ୍କ ପତ୍ନୀ ତଥା ଆମେରିକା ପ୍ରଥମ ମହିଳା ଜିଲ୍ ବାଇଡେନ୍ ଧରିଥିଲେ। ବିଦାୟୀ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବା ସହ ହ୍ୱାଇଟ ହାଉସରେ ବିଧିବଦ୍ଧ ଭାବେ ପ୍ରବେଶ ପାଇଁ ବାଟ ଦେଖାଇଛନ୍ତି। ବାଇଡେନଙ୍କ ଶପଥ ପାଠ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଜର୍ଜ ଡବ୍ଲୁ ବୁଶ୍ ଓ ବାରାକ୍ ଓବମା ଉପସ୍ଥିତ ଥିଲେ।

ମହାମାରୀ କରୋନା ଯୋଗୁ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେହିପରି ୨ ସପ୍ତାହ ତଳେ କ୍ୟାପିଟଲ୍ ବିଲଡିଂରେ ହିଂସା କାଣ୍ଡ ମଧ୍ୟ ଘଟିଥିଲା। ଏହି କାରଣରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଇଡେନଙ୍କ ଶପଥ ପାଠ ଉତ୍ସବ କରାଯାଇଥିଲା। ଶପଥ ପାଠ ଉତ୍ସବରେ ଲେଡି ଗାଗା ଜାତୀୟ ସଂଗୀତ ପରିବେଷଣ ବାଇଡେନଙ୍କ ଏନାଗୁରାଲ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ।

Related story