ହସ୍ପିଟାଲରେ ଆଉ କେତେ ଦିନ ରହିବେ ବିଗ ବି ଓ ଅଭିଷେକ ବଚ୍ଚନ

ମୁମ୍ବାଇ: ମେଗାଷ୍ଟାର ତଥା ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅମିତାଭ ଓ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା ରୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବି କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ଅମିତାଭ ଓ ଅଭିଷେକ ହସ୍ପିଟାଲରେ ଥିବା ବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ହସ୍ପିଟାଲରେ ଥିବା ଅମିତାଭ ଓ […]

u

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 05:57 PM IST

ମୁମ୍ବାଇ: ମେଗାଷ୍ଟାର ତଥା ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅମିତାଭ ଓ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା ରୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବି କରୋନାରେ ସଂକ୍ରମିତ ହୋଇଛନ୍ତି।

ତେବେ ଅମିତାଭ ଓ ଅଭିଷେକ ହସ୍ପିଟାଲରେ ଥିବା ବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ହସ୍ପିଟାଲରେ ଥିବା ଅମିତାଭ ଓ ଅଭିଷେକ ବଚ୍ଚନ କେବେ ହସ୍ପିଟାଲରୁ ଫେରିବେ ଏବଂ ସେମାନଙ୍କ ଅବସ୍ଥା କେମିତି ଅଛି, ସେକଥା ଜାଣିବା ପାଇଁ ସମସ୍ତେ ଅନେଇ ବସିଛନ୍ତି।

ଏସବୁ ଭିତରେ ହସ୍ପିଟାଲ ସୂତ୍ରରୁ ବଡ଼ ତଥ୍ୟ ମିଳିଛି। ସୂଚନା ଅନୁଯାୟୀ, ଉଭୟ ଅମିତାଭ ଓ ଅଭିଷେକ ଅତିକମରେ ୭ ଦିନ ହସ୍ପିଟାଲରେ ରହିବେ। ଏବେ ଉଭୟଙ୍କ ଅବସ୍ଥା ସ୍ଥିର ରହିଛି। ସେମାନେ ଚିକିତ୍ସାକୁ ଭଲ ରେସପଣ୍ଡ କରୁଛନ୍ତି। ତଥାପି ସେମାନଙ୍କୁ ଅତିକମରେ ଆଉ ୭ ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ଜୁଲାଇ ୧୧ରେ ହିଁ ଅମିତାଭ ଓ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଥିଲେ। ଏହାପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସମସ୍ତେ ଅମିତାଭ ଓ ଅଭିଷେକଙ୍କ ଆଶୁ ଆରୋଗ୍ୟ କାମନା କରିବାରେ ଲାଗିଥିଲେ।

Related story