ଚୀନକୁ ବଡ଼ ଝଟକା

ବେଜିଂ: ମହାକାଶକୁ ସାଟେଲାଇଟ୍ ଛାଡ଼ି ଦୁନିଆରେ ସର୍ବଶକ୍ତିମାନକୁ ହେବାକୁ ଇଚ୍ଛା ରଖିଥିବା ଡ୍ରାଗନକୁ ଶୁକ୍ରବାର ବଡ଼ ଝଟକା ଲାଗିଛି। ଚୀନର ସବୁଠୁ ବିଶ୍ୱସନୀୟ ରକେଟ KUIZHOU-11 ମହାକାଶକୁ ଯିବାରେ ବିଫଳ ହୋଇଛି। ପଶ୍ଚିମ ଚୀନରୁ Xixuan ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଏହି KUIZHOU-11 ସାଟେଲାଇଟ୍ ଲଞ୍ଚ ହୋଇଥିଲା। ଚୀନର ସ୍ଥାନୀୟ ସମୟ 12ଟା 17 ମିନିଟରେ ଏହି ସାଟେଲଇଟ ଯାନ୍ତ୍ରିକ ତ୍ରୁଟି ପାଇଁ ମହାକାଶରେ ଖସି ପଡ଼ିଥିବା ସୂଚନା ରହିଛି। ଚୀନର ସରକାରୀ ଅଧିକାରୀ କହିଛନ୍ତି, ବିଫଳର […]

china satellite

china satellite

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 03:57 PM IST

Sports

Latest News

ବେଜିଂ: ମହାକାଶକୁ ସାଟେଲାଇଟ୍ ଛାଡ଼ି ଦୁନିଆରେ ସର୍ବଶକ୍ତିମାନକୁ ହେବାକୁ ଇଚ୍ଛା ରଖିଥିବା ଡ୍ରାଗନକୁ ଶୁକ୍ରବାର ବଡ଼ ଝଟକା ଲାଗିଛି। ଚୀନର ସବୁଠୁ ବିଶ୍ୱସନୀୟ ରକେଟ KUIZHOU-11 ମହାକାଶକୁ ଯିବାରେ ବିଫଳ ହୋଇଛି। ପଶ୍ଚିମ ଚୀନରୁ Xixuan ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଏହି KUIZHOU-11 ସାଟେଲାଇଟ୍ ଲଞ୍ଚ ହୋଇଥିଲା। ଚୀନର ସ୍ଥାନୀୟ ସମୟ 12ଟା 17 ମିନିଟରେ ଏହି ସାଟେଲଇଟ ଯାନ୍ତ୍ରିକ ତ୍ରୁଟି ପାଇଁ ମହାକାଶରେ ଖସି ପଡ଼ିଥିବା ସୂଚନା ରହିଛି।

ଚୀନର ସରକାରୀ ଅଧିକାରୀ କହିଛନ୍ତି, ବିଫଳର କାରଣ ଜଣାପଡ଼ି ନାହିଁ। ଏହି ରକେଟ ଚୀନର ସବୁଠୁ ବିଶ୍ୱସନୀୟ ରକେଟ। ଏହି ରକେଟ 70.8 ଟନ ଓଜନର ଜିନିଷ ନେଇପାରିବାର କ୍ଷମତା ରଖିଛି। ଏହି ସାଟେଲାଇଟ ସଲିଡ ଇନ୍ଧନ ଦ୍ୱାରା ପରିଚାଳିତ ହୋଇଥାଏ।

ଏହି ଚୀନ ସାଟେଲାଇଟ୍ ମହାକାଶର ତଳ କକ୍ଷରେ ସାଟେଲାଇଟ ଗୁଡ଼ିକୁ ସ୍ଥାପିତ କରିବାରେ ସହଯୋଗ କରେ। ଏହା ପୂର୍ହରୁ ଚଳିତ ବର୍ଷ ମେ ମାସରେ ଚୀନ ନିଜ ସ୍ପେସ ଷ୍ଟେସନରୁ କାର୍ଗୋ ନେବା ପାଇଁ ଏକ ରକେଟ ଟେଷ୍ଟ କରିଥିଲା। ହେଲେ ବୈଷୟିକ କାରଣରୁ ଏହି ରକେଟ ପୁଣି ଥରେ ପୃଥୀବିକୁ ଫେରି ଆସିଥିଲା। ବାୟୁମଣ୍ଡଳରେ ଏହି ରକେଟ ଗୁଡ଼ିକୁ ଖଣ୍ଡ ବିଖଣ୍ଡିତ ହୋଇ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos