ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା, କ୍ୟାବିନେଟ ଦେଲା ମଞ୍ଜୁରୀ

ପାଟନା: ବିହାରରେ ନବଗଠିତ ନୀତୀଶ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ବିଜେପି ଯାହା କହିଥିଲା, ତା’କୁ ପୂରଣ କରିବା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଭାରତକୁ କରୋନା ଟିକା ଆସିଲେ ବିହାରବାସୀଙ୍କୁ ଏହା ମାଗଣାରେ ଦିଆଯିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ଉପସ୍ଥାପନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଏହାକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ସୁଶାନ୍ତ ଅନ୍ତର୍ଗତ କାର୍ଯ୍ୟକ୍ରମ […]

fre

Hemant Lenka
  • Published: Tuesday, 15 December 2020
  • , Updated: 15 December 2020, 10:57 PM IST

ପାଟନା: ବିହାରରେ ନବଗଠିତ ନୀତୀଶ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ବିଜେପି ଯାହା କହିଥିଲା, ତା’କୁ ପୂରଣ କରିବା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଭାରତକୁ କରୋନା ଟିକା ଆସିଲେ ବିହାରବାସୀଙ୍କୁ ଏହା ମାଗଣାରେ ଦିଆଯିବ। ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ଉପସ୍ଥାପନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଏହାକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି।

ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ସୁଶାନ୍ତ ଅନ୍ତର୍ଗତ କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରଶୀଳ ବିହାରର ଗଠନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିସହ ବିଜେପି ନିର୍ବାଚନ ବେଳେ ୧୯ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତା’କୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୨୦ରୁ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।

Related story