ନିର୍ବାଚନ ପୂର୍ବରୁ ନୀତୀଶ ସରକାରଙ୍କ ଆଉ ଏକ ବଡ଼ ଘୋଷଣା

ପାଟନା: କରୋନା ସଂକ୍ରମଣ ଭିତରେ ମଧ୍ୟ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯେ କୌଣସି ସମୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ତେବେ ଏହା ପୂର୍ବରୁ ନୀତୀଶ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ନୀତୀଶ କୁମାରଙ୍କ ସରକାର ଶିକ୍ଷକମାନଙ୍କର ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ବିହାରର ଶିକ୍ଷା ବିଭାଗ ପଞ୍ଚାୟତ ରାଜ ଓ ସ୍ଥାନୀୟ ଶିକ୍ଷା ସଂସ୍ଥାନରେ […]

dvf

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 07:08 PM IST

ପାଟନା: କରୋନା ସଂକ୍ରମଣ ଭିତରେ ମଧ୍ୟ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯେ କୌଣସି ସମୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ତେବେ ଏହା ପୂର୍ବରୁ ନୀତୀଶ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିବାରେ ଲାଗିଛନ୍ତି।

ଏହିକ୍ରମରେ ଆଜି ନୀତୀଶ କୁମାରଙ୍କ ସରକାର ଶିକ୍ଷକମାନଙ୍କର ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି। ବିହାରର ଶିକ୍ଷା ବିଭାଗ ପଞ୍ଚାୟତ ରାଜ ଓ ସ୍ଥାନୀୟ ଶିକ୍ଷା ସଂସ୍ଥାନରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଦ୍ଧିତ ଦରମା ନିୟମ ୨୦୨୧ ମସିହା ଏପ୍ରିଲ ମାସରୁ ଲାଗୁ କରାଯିବ।

ଏହି ଘୋଷଣା ପୂର୍ବରୁ ନୀତୀଶ ସରକାର ବିହାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଲାଗି ଏକ ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟରେ କେବଳ ସ୍ଥାନୀୟ ଅଞ୍ଚଳ ଲୋକ ହିଁ ଶିକ୍ଷକ ପଦବୀ ପାଇଁ ଆବେଦନ କରିବେ। ବିହାର ଲୋକଙ୍କ ଛଡ଼ା ବାହାର ରାଜ୍ୟର ଲୋକ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ ।

 

Related story