ଚା'ବାଲା ହେଲେ କୋଟିପତି: ବ୍ୟାଙ୍କରୁ ମିଳିଲା ଶହେ କୋଟିରୁ ଅଧିକ ଟଙ୍କା, ଜାଣନ୍ତୁ କାହିଁକି?

ଲକ୍ଷ୍ନୌ: ହଠାତ୍‌ ଜଣେ ଗରିବ ଚାହା ଦୋକାନୀ କୋଟିପତି ହୋଇଗଲେ। ଫୋନ୍‌କୁ ମେସେଜ୍‌ ଆସିଲା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଶହେ କୋଟିରୁ ଅଧିକ ଅର୍ଥ ଜମା ଅଛି। ଯାହାକୁ ଦେଖି ସେ ଖୁସିରେ ବିଭୋର ହୋଇ ଉଠିଲା। କିନ୍ତୁ ମାତ୍ର ୩୦ମିନିଟ୍‌ ପାଇଁ। କାରଣ ଅଧଘଣ୍ଟା ପରେ ତାଙ୍କୁ ପୁଣି ଏକ ମେସେଜ୍‌ ଆସିଲା। ଯାହା ତାଙ୍କର ସବୁ ଖୁସିକୁ ଧୂଳିସାତ୍‌ କରିଦେଲା। ମେସେଜଜ୍‌ଟି ଥିଲା ଆଲାହାବାଦ୍‌ ବ୍ୟାଙ୍କ ପକ୍ଷରୁ ଏଥିରେ ଲେଖାଥିଲା ଯେଉଁ ଶହେ କୋଟିରୁ […]

23_05_2018-chaiwala_teaseller_17988920_82322228

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 06:43 PM IST

ଲକ୍ଷ୍ନୌ: ହଠାତ୍‌ ଜଣେ ଗରିବ ଚାହା ଦୋକାନୀ କୋଟିପତି ହୋଇଗଲେ। ଫୋନ୍‌କୁ ମେସେଜ୍‌ ଆସିଲା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଶହେ କୋଟିରୁ ଅଧିକ ଅର୍ଥ ଜମା ଅଛି। ଯାହାକୁ ଦେଖି ସେ ଖୁସିରେ ବିଭୋର ହୋଇ ଉଠିଲା। କିନ୍ତୁ ମାତ୍ର ୩୦ମିନିଟ୍‌ ପାଇଁ। କାରଣ ଅଧଘଣ୍ଟା ପରେ ତାଙ୍କୁ ପୁଣି ଏକ ମେସେଜ୍‌ ଆସିଲା। ଯାହା ତାଙ୍କର ସବୁ ଖୁସିକୁ ଧୂଳିସାତ୍‌ କରିଦେଲା। ମେସେଜଜ୍‌ଟି ଥିଲା ଆଲାହାବାଦ୍‌ ବ୍ୟାଙ୍କ ପକ୍ଷରୁ ଏଥିରେ ଲେଖାଥିଲା ଯେଉଁ ଶହେ କୋଟିରୁ ଅଧିକ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା ତାହା ଭୁଲବଶତଃ ଚାଲିଯାଇଥିଲା। ସେହି ଅର୍ଥକୁ ପୁଣି ଥରେ ଫେରାଇ ନିଆଯାଇଛି।

ଏମିତି କିଛି ଘଟିଛି ଉତ୍ତରପ୍ରଦେଶର ହରଦୋଇରେ। ରାସ୍ତା କଡରେ ଏକ ଠେଲାରେ ଚାହା ବିକନ୍ତି ପିଣ୍ଟୁ। ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ସେ ଆଲାହାବାଦ୍‌ ବ୍ୟାଙ୍କ ଆକାଉଣ୍ଟରୁ କିଛି ପଇସା ଉଠାଇଥିଲେ। ଆକାଉଣ୍ଟରେ ଆଉ ବଳକା କେତେ ଅର୍ଥରାଶି ଅଛି ସେନେଇ ଏକ ମେସେଜ୍‌ ଆସିଲା। ମେସେଜ୍‌ରେ ଲେଖାଥିଲା ଆକାଉଣ୍ଟରେ ଆଉ ୧୪୮କୋଟି ଟଙ୍କା ଅଛି। ଯାହାକୁ ଦେଖି ପିଣ୍ଟୁ ଆଶ୍ଚର୍ଯ୍ୟ ହେବା ସହ ଖୁସିରେ ଫାଟି ପଡିଲେ। ଏକଥାକୁ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ। ଆଖପାଖ ସମ୍ପର୍କୀୟମାନଙ୍କୁ ଏକଥା ଜଣାଇଥିବେ କି ନାହିଁ, ଆଉ ଏକ ମେସେଜ୍‌ ଆସିଲା। ଆଲାହାବାଦ୍‌ ବ୍ୟାଙ୍କ ତରଫରୁ। ଭୁଲବଶତଃ ସେହି ଅର୍ଥରାଶି ପିଣ୍ଟୁଙ୍କ ଖାତାରେ ପଠାଇଦେଇଥିବାରୁ କ୍ଷମାମାଗିଥିଲେ ଆଲାହାବାଦ୍‌ ବ୍ୟାଙ୍କ। ତେଣୁ ସେ ସମସ୍ତ ଅର୍ଥରାଶି ପୁଣିଥରେ ଆକାଉଣ୍ଟରୁ ଫେରେଇ ନିଆଯାଉଛି ବୋଲି ଜଣାଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଯାହାକୁ ଦେଖି ପିଣ୍ଟୁଙ୍କ ଖୁସିର ଆକାଶରେ ଯେମିତି ଦୁଃଖର ବାଦଲ ଢାଙ୍କିଦେଲା। ମାତ୍ର ଅଧଘଣ୍ଟାର କୋଟିପତି ହୋଇ ରହିଗଲେ ପିଣ୍ଟୁ। ଅବଶ୍ୟ ସେ କୋଟିପତି ହେବାର ଅନୁଭବକୁ ଚିରସ୍ଥାୟୀ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ହାତରେ କିଛି ନଥିଲା। ଅଧଘଣ୍ଟାର କୋଟିପତିରୁ ପୁଣିଥରେ ଗରିବ ଚାହା ଦୋକାନୀ ଅବସ୍ଥାକୁ ଫେରିଗଲେ ପିଣ୍ଟୁ।

Related story