ବିମୁଦ୍ରାକରଣ ମୋଦି ସରକାରଙ୍କ ଏକ ସାହାସିକ ପଦକ୍ଷେପ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ବିମୁଦ୍ରାକରଣକୁ ସମର୍ଥନ କରିବା ସହ ସରକାରଙ୍କୁ ଏଭଳି ପଦକ୍ଷେପକୁ ସାହାସିକତାର ଆକ୍ଷା ଦେବାସହ ଶୁଭକାମନା ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ନିଷ୍ପତ୍ତି ନେବା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ଡିଜିଟାଲ ମିଡିୟମରେ ପରିବର୍ତ୍ତନ କରିବାକୁ ସୁଯୋଗ ଦେଇଛନ୍ତି। ଜିଓ ଫୋରଜି ସିମ୍‌ର ଗ୍ରାହକମାନଙ୍କୁ ନୂଆ ବର୍ଷର ଉପହାର ଦେବାକୁ ଯାଇ ମୁକେଶ ଅମ୍ବାନୀ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜିଓ […]

mukesh-ambani

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 05:19 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ବିମୁଦ୍ରାକରଣକୁ ସମର୍ଥନ କରିବା ସହ ସରକାରଙ୍କୁ ଏଭଳି ପଦକ୍ଷେପକୁ ସାହାସିକତାର ଆକ୍ଷା ଦେବାସହ ଶୁଭକାମନା ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ନିଷ୍ପତ୍ତି ନେବା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ଡିଜିଟାଲ ମିଡିୟମରେ ପରିବର୍ତ୍ତନ କରିବାକୁ ସୁଯୋଗ ଦେଇଛନ୍ତି।

ଜିଓ ଫୋରଜି ସିମ୍‌ର ଗ୍ରାହକମାନଙ୍କୁ ନୂଆ ବର୍ଷର ଉପହାର ଦେବାକୁ ଯାଇ ମୁକେଶ ଅମ୍ବାନୀ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜିଓ ସିମ୍‌ର ସବୁ ପ୍ରକାର ସେବାକୁ ମାଗଣା କରିବା ନେଇ ଆଜି ଘୋଷଣା କରିଛନ୍ତି।

Related story