ଇସଲାମାବାଦ: ପାକିସ୍ତାନରେ ଆର୍ଥିକ ସ୍ଥିତି ଖରାପ ଚାଲିଥିବାରୁ ଦେଶ ଏକ ପ୍ରକାର କାଙ୍ଗାଳ ସ୍ଥିତିକୁ ପଳାଇ ଆସିଛି। ଯାହାକୁ ନେଇ ପାକିସ୍ତାନ ଏବେ ଚର୍ଚ୍ଚାରେ। କିନ୍ତୁ ପାକିସ୍ତାନକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ସୋଶାଲ ମିଡିଆରେ ଆରମ୍ଭ ହୋଇଛି। ତାହା ହେଉଛି ପାକିସ୍ତାନରେ ଶୌଚାଳୟ ଯିବା ପୂର୍ବରୁ ବାୟୋମେଟ୍ରିକ୍ସରେ ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡ଼ୁଛି।
ଶିଳ୍ପମନ୍ତ୍ରୀଙ୍କ ଅଫିସର ଅଧିକାରୀ ଶୌଚାଳୟ ଯିବା ବେଳେ ବାୟୋମେଟ୍ରିକ୍ସ ଫିଙ୍ଗର ପ୍ରିଣ୍ଟ୍ସ ବ୍ୟବହାର କରୁଥିବା ଜଣାପଡ଼ିଛି।ସୋଶାଲ ମିଡିଆରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି।
ନିକଟରେ ଇମ୍ରାନ ସରକାର ଦେଶରେ ଭିଭିଆଇପି ସଂସ୍କତି ହଟିବ ବୋଲି ଆହ୍ୱାନ କରିଥିଲେ। ଏମିତିକି ମନ୍ତ୍ରୀମାନଙ୍କ ସୁବିଧା ସୁଯୋଗ ମଧ୍ୟ ଅନେକାଂଶରେ କମାଇ ଦିଆଯାଇଥିଲା। ନିଜେ ଇମ୍ରାନ ଖାନ୍ ଆମେରିକା ଗସ୍ତରେ ଯାଉଥିବା ବେଳେ ବ୍ୟୟବହୁଳ ହୋଟେଲରେ ନରହି ପାକିସ୍ତାନ ଦୂତାବାସରେ ରହିବେ ବୋଲି ଜଣାପଡ଼ିଛି।ଦେଶ ଗୋଟିଏ ପଟେ କାଙ୍ଗାଳ ସ୍ଥିତିକୁ ପଳାଇ ଆସିଥିବା ବେଳେ ମନ୍ତ୍ରୀଙ୍କ ସରକାରୀ ଅଫିସର ଶୌଚାଳୟ ଯିବା ପାଇଁ ବାୟୋମେଟ୍ରିକ୍ସ ବ୍ୟବହାର କରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଲୋକେ।