ବିରୋଧୀଙ୍କୁ ପ୍ରସ୍ତୁତ ହେବାକୁ ସମୟ ନ ମିଳିବାରୁ ବିରୋଧ କରୁଛନ୍ତି: ମୋଦି

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦକୁ ନେଇ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିବା ବିରୋଧୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଇଛନ୍ତି। ‘ଭାରତର ସମ୍ବିଧାନ ବହି’ର ଡିଜିଟାଲ ସଂସ୍କରଣ ଉନ୍ମୋଚନ ଅବସରରେ ମୋଦି କହିଛନ୍ତି,“ବିରୋଧୀଙ୍କୁ ପ୍ରସ୍ତୁତ ହେବାକୁ ସମୟ ମିଳିଲା ନାହିଁ, ତେଣୁ ସେମାନେ ବିରୋଧ କରୁଛନ୍ତି।” ସେ କହିଛନ୍ତି,“ଆଜି ଦେଶ କଳାଧନ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି। ସରକାର କୌଣସି ପ୍ରସ୍ତୁତି ନ କରି ଏପରି […]

modi

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 02:20 PM IST

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦକୁ ନେଇ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିବା ବିରୋଧୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଇଛନ୍ତି। ‘ଭାରତର ସମ୍ବିଧାନ ବହି’ର ଡିଜିଟାଲ ସଂସ୍କରଣ ଉନ୍ମୋଚନ ଅବସରରେ ମୋଦି କହିଛନ୍ତି,“ବିରୋଧୀଙ୍କୁ ପ୍ରସ୍ତୁତ ହେବାକୁ ସମୟ ମିଳିଲା ନାହିଁ, ତେଣୁ ସେମାନେ ବିରୋଧ କରୁଛନ୍ତି।”

ସେ କହିଛନ୍ତି,“ଆଜି ଦେଶ କଳାଧନ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରୁଛି। ସରକାର କୌଣସି ପ୍ରସ୍ତୁତି ନ କରି ଏପରି ପଦକ୍ଷେପ ନେଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ପ୍ରକୃତ ସତ୍ୟ ହେଲା ପ୍ରସ୍ତୁତିକୁ ନେଇ ବିରୋଧ ଏକ ବାହାନା, ଏପରି ପଦକ୍ଷେପ ସମ୍ପର୍କରେ ସେମାନେ କୌଣସି ସୂଚନା ନ ପାଇବା ହେଉଛି ବିରୋଧର ପ୍ରକୃତ କାରଣ। ସରକାର କାହାରିଙ୍କୁ ବି ପ୍ରସ୍ତୁତ ହେବାକୁ ସମୟ ଦେଇନାହାନ୍ତି।”

ସେ କହିଛନ୍ତି,“ଆପଣଙ୍କ ଟଙ୍କା ଉପରେ ଆପଣଙ୍କର ଅଧିକାର ରହିଛି। ଆମକୁ କ୍ୟାସ୍‌ଲେସ୍‌ ଦେଣନେଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆମକୁ ଇ-ବ୍ୟାଙ୍କିଙ୍ଗ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ।”

Related story