ମମତା ପଶ୍ଚିମ ବାଂଲାଦେଶ କରିବା ଚକ୍କରରେ ଅଛନ୍ତି: ବିଜେପି

ନୂଆଦିଲ୍ଲୀ:ମଙ୍ଗଳବାର ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ବାଂଲାଦେଶ ସୀମାରେ ଅନୁପ୍ରବେଶକୁ ଯେଉଁଭଳି ଭାବରେ ପ୍ରୋତ୍ସାହନ ମିଳୁଛି, ଲାଗୁଛି ସତେ ଯେମିତି ସେ ପଶ୍ଚିମ ବାଂଲାଦେଶ ପ୍ରତିଷ୍ଠା ଚକ୍କରରେ ଅଛନ୍ତି। ସେ କହିଛନ୍ତି, ମମତା ଯେମିତି ହେଲେ ପ୍ରଧାନମନ୍ତ୍ରୀ ହେବାକୁ ବ୍ୟାକୁଳ ହେଲେଣି। ତେଣୁ ସେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଏକାକାର କରି ପଶ୍ଚିମବାଂଲାଦେଶ ପ୍ରତିଷ୍ଠା କରିବା କାମରେ ଲାଗିଛନ୍ତି। ଭାରତଠାରୁ ପଶ୍ଚିମବଙ୍ଗକୁ ଅଲଗା କରିବା ପାଇଁ ଏହା […]

ghosh

Subrat Kumar Nayak
  • Published: Tuesday, 25 June 2019
  • , Updated: 25 June 2019, 07:43 PM IST

ନୂଆଦିଲ୍ଲୀ:ମଙ୍ଗଳବାର ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ବାଂଲାଦେଶ ସୀମାରେ ଅନୁପ୍ରବେଶକୁ ଯେଉଁଭଳି ଭାବରେ ପ୍ରୋତ୍ସାହନ ମିଳୁଛି, ଲାଗୁଛି ସତେ ଯେମିତି ସେ ପଶ୍ଚିମ ବାଂଲାଦେଶ ପ୍ରତିଷ୍ଠା ଚକ୍କରରେ ଅଛନ୍ତି।

ସେ କହିଛନ୍ତି, ମମତା ଯେମିତି ହେଲେ ପ୍ରଧାନମନ୍ତ୍ରୀ ହେବାକୁ ବ୍ୟାକୁଳ ହେଲେଣି। ତେଣୁ ସେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଏକାକାର କରି ପଶ୍ଚିମବାଂଲାଦେଶ ପ୍ରତିଷ୍ଠା କରିବା କାମରେ ଲାଗିଛନ୍ତି। ଭାରତଠାରୁ ପଶ୍ଚିମବଙ୍ଗକୁ ଅଲଗା କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର।

ଅନ୍ୟପକ୍ଷରେ ଟିଏମ୍‌ସି ପକ୍ଷରୁ କୁହାଯାଇଛି, ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ ବିଲ୍‌ ଜୋର କରି ସଂଖ୍ୟାଲଘୁଙ୍କ ଉପରେ ଲଦି ସେମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ଗତକାଲି ଭାତପଡ଼ା ହିଂସାକାଣ୍ଡକୁ ନେଇ ମଧ୍ୟ ଶ୍ରୀ ଘୋଷ ମମତାଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ରାଜ୍ୟ ସରକାର ଏହାର ସମାଧାନ ପାଇଁ କିଛି ବି ନିଷ୍ପତ୍ତି ନେଉନାହାନ୍ତି। ଟିଏମ୍‌ସି ଏହି ରାଜ୍ୟକୁ ପାକିସ୍ତାନ କରିଦେବ ଲାଗୁଛି।

Related story