କଂଗ୍ରେସ-ଆପ୍ ଦିଲ୍ଲୀକୁ ଉସକାଉଛନ୍ତି: ଜାଭଡେକର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲରା ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗର ଜବାବ ଦେଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀ ଦୁଇ ଦିନ ହେବ ଶାନ୍ତ ରହିଛି। ହିଂସା ଘଟଣାରେ ଗିରଫ ସଂଖ୍ୟା ବଢ଼ୁଛି। ଯିଏ ବି ହିଂସାରେ ସାମିଲ୍ ଥିବ ସେ ଗିରଫ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୃତକଙ୍କ ନାଁ ଓ ଧର୍ମ ଜାଣିଶୁଣି କହୁଛନ୍ତି। ଜମ୍ମୁ କଶ୍ମୀରରୁ […]

625855-prakashjavadekar

Subhransu Sekhar
  • Published: Thursday, 27 February 2020
  • , Updated: 27 February 2020, 03:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲରା ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗର ଜବାବ ଦେଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀ ଦୁଇ ଦିନ ହେବ ଶାନ୍ତ ରହିଛି। ହିଂସା ଘଟଣାରେ ଗିରଫ ସଂଖ୍ୟା ବଢ଼ୁଛି। ଯିଏ ବି ହିଂସାରେ ସାମିଲ୍ ଥିବ ସେ ଗିରଫ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୃତକଙ୍କ ନାଁ ଓ ଧର୍ମ ଜାଣିଶୁଣି କହୁଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଦୀର୍ଘ ଦୁଇ ମାସ ହେବ ଉସକାଇବା ପାଇଁ ପ୍ରୟାସ କରାଯାଉଥିଲା। କଂଗ୍ରେସ ନେତା ରାମଲୀଳା ମଇଦାନରେ ରାଲି କରି ଲୋକଙ୍କୁ ଉସକାଇଛନ୍ତି। ସୋନିଆ ଗାନ୍ଧୀ ନିଜେ କହିଥିଲେ ଲଢ଼େଇ ଏଥର ଆର୍-ପାର୍ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ମନ୍ତବ୍ୟକୁ ଉଦ୍ଧାର କରି ଜାଭଡେକର କହିଛନ୍ତି, '୧୯୮୪ରେ ରାଜୀବ ଗାନ୍ଧୀ କହିଥିଲେ, ଯେତେବେଳେ ବଡ଼ ଗଛ ତଳେ ପଡ଼ିବ, ସେତେବେଳେ ମାଟି ଥରେ'।

ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ଘରୁ ପେଟ୍ରୋଲ ବୋମା, ପଥର ମିଳିବାକୁ ନେଇ ଜାଭଡେକର କହିଛନ୍ତି, ତାହିରଙ୍କ ଘରେ ଦଙ୍ଗା ପାଇଁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଧରାପଡ଼ିଛି। ଏହି ଲୋକମାନେ ଜିନ୍ନାଙ୍କ ଭଳି ସ୍ୱାଧୀନତା ପାଇଁ ଦାବି କରୁଥିଲେ, ୧୦୦ କୋଟିଙ୍କ ଉପରେ ୧୫ କୋଟି ଭାରି ପଡ଼ିବ, ଆସାମକୁ ଭାରତରୁ ଅଲଗା କରିବାକୁ ହେବ ବୋଲି ଉସକେଇବା ଭଳି ଉଦବୋଧନ ଦେଉଥିଲେ। ପୁଲିସ ଉପରେ ଆକ୍ରମଣ ହୋଇଛି, ଆପ୍ ନେତାଙ୍କ ଘରୁ ବୋମା ମିଳୁଛି ହେଲେ କଂଗ୍ରେସ ଏବଂ ଆପ୍ କାହିଁକି ନିରବ ବୋଲି ଜାଭଡେକର କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆଜି ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଓ ହୁସେନଙ୍କ ଘର ମଧ୍ୟରେ ଦୂରତା ଅଳ୍ପ ରହିଥିବାରୁ ଏବେ ହୁସେନ ବିବାଦରେ ଫସିଯାଇଛନ୍ତି। ତେବେ ହୁସେନ ନିଜକୁ ନିର୍ଦ୍ଦୋଶ ବୋଲି କହୁଛନ୍ତି। କାରଣ ଛାତ ଉପରୁ ବୋମା ଫିଙ୍ଗିବା ଦିନ ତାଙ୍କୁ ପୁଲିସ ନେଇଯାଇଥିଲା।

ସେହିପରି ଦିଲ୍ଲୀ ହିଂସାରେ ୩୪ ଜଣଙ୍କର ମୃତ୍ୟୁ ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରାଯିବା ଉଚିତ୍। ରାଜଧାନୀର ଛାତିରେ ସମ୍ପ୍ରାଦାୟିକ ଦଙ୍ଗା ଦେଖିବାକୁ ମିଳିଥିବାବେଳେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ଦେଇଥିଲେ।

Related story