ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ରାଜନୈତିକ ପାର୍ଟି ଗୁଡ଼ିକ ହେଲିକପ୍ଟର ବୁକ କରିଛନ୍ତି। ସବୁଠାରୁ ଅଧିକ ଶାସକ ଦଳ ବିଜେପି ବୁକିଂ କରିଥିବାବେଳେ ଦ୍ବିତୀୟରେ କଂଗ୍ରେସ ରହିଛି। ଅନ୍ୟାନ୍ୟ ଦଳ ହେଲିକପ୍ଟର ଓ ଜେଟ ବୁକ କରିବାରେ ଅନେକ ପଛରେ ଥିବା ଜଣାପଡ଼ିଛି।
ବିଜେପି ୩୨ଟି ହେଲିକପ୍ଟର ଅଧିକ ଭଡ଼ାରେ ନେଇଛି ଯେଉଁଥିରେ ୧୨ଟି ବିଜନେସ ଜେଟ୍ ଏବଂ ୨୦ଟି ସାଧାରଣ ହେଲିକପ୍ଟର ରହିଛି। ସେହିପରି କଂଗ୍ରେସ ୧୦ଟି ହେଲିକପ୍ଟର ଏବଂ ୪ଟି ବିଜନେସ ଜେଟ ବୁକ କରିଛି।
ଇକୋନମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ ସେସାନ ସିଟାଟିଅନ ଏକ୍ସଏଲଏସ ବିଜନେସ ଜେଟର ପ୍ରତି ଘଣ୍ଟା ଭଡ଼ା ୨ ଲକ୍ଷ ୮୦ ହଜାର ଟଙ୍କା ରହିଛି। ସେହିପରି ପ୍ରତିଘଣ୍ଟା ୪ ଲକ୍ଷ ଟଙ୍କା ଭଡ଼ାରେ ୪ଟି ଫାଲକନ ୪୦୦ ଜେଟ ବୁକ କରିଥିବା ଜଣାପଡ଼ିଛି। ବିଜେପି ବେଲ-୪୧୨, ଅଗଷ୍ଟା-୧୦୯, ଅଗଷ୍ଟା-୧୩୯ ଭଳି ହେଲିକପ୍ଟର ବୁକ କରିଛି। ଏଗୁଡିକର ଘଣ୍ଟା ପ୍ରତି ଭଡ଼ା ୧ ଲକ୍ଷ ୮୦ ହଜାର ରୁ ୪ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
Politics
ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ
ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
Politics
ଜିତିଲେ ରାଜ୍ୟପାଳଙ୍କ ବୋହୂ, ହାରିଲେ ଓଡ଼ିଶାର କଂଗ୍ରେସ ପ୍ରଭାରୀ
ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି।
National
ବାପା ହାରିଲେ, ଝିଅ ଜିତିଲେ
ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।