ନୂଆଦିଲ୍ଲୀ:ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ଦିଲ୍ଲୀରେ ବିଜେପି ୨୦୧୪ ଫଳାଫଳର ପୁନରାବୃତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ କିଛିଟା ଆସନରେ କମ୍ ବ୍ୟାକ କରିବ ବୋଲି ଆକଳନ ହେଉଥିବା ବେଳେ ସମସ୍ତ ଆକଳନରେ ମୋଦି ହାୱା ପୂର୍ଣ୍ଣଛେଦ ଟାଣିଛି।
ଚାନ୍ଦିନୀ ଚୌକ ଆସନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ହର୍ଷବର୍ଦ୍ଧନ ୫ ଲକ୍ଷ ୧୫୮୪୩ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶ ଅଗ୍ରୱାଲ ୨ ଲକ୍ଷ ୮୮୮୪୬ ଭୋଟ ପାଇ ଦ୍ୱୀତୀୟ ସ୍ଥାନରେ ରହିଛନ୍ତି।
ପୂର୍ବ ଦିଲ୍ଲୀ ଆସନରେ କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ୬ ଲକ୍ଷ ୯୫୧୦୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଆପର ପ୍ରାର୍ଥୀ ଆତିଶୀ ୨ ଲକ୍ଷ ୧୯ ହଜାର ୧୫୬ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ନୂଆଦିଲ୍ଲୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୀନାକ୍ଷୀ ଲେଖି ୫ ଲକ୍ଷ ୩ ହଜାର ୧୫୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସର ଅଜୟ ମାକେନ ୨ ଲକ୍ଷ ୪୭ ହଜାର ୪୨୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ୭ ଲକ୍ଷ ୮୫ ହଜାର ୨୬୨ ପାଇ ବିଜୟୀ ହୋଇଥିବା ବେଳେ ଆପ୍ ପ୍ରାର୍ଥୀ ୧ ଲକ୍ଷ ୯୦ ହଜାର ୫୮୬ଟି ଭୋଟ ଜିତିଛି।
ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପିର ହଂସ ରାଜ ହଂସ ୮ ଲକ୍ଷ ୪୭ ହଜାର ୭୩୭ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଆପ୍ ପ୍ରାର୍ଥୀ ୨ ଲକ୍ଷ ୯୪ ହଜାର ୬୬୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁରୀ ୬ ଲକ୍ଷ ୮୫ ହଜାର ୭୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଆପ ପ୍ରାର୍ଥୀ ରାଘବ ଚଢ଼ା ୩ ଲକ୍ଷ ୧୯ ହଜାର ୭୭୦ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ପଶ୍ଚିମ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ପ୍ରଭେଶ ସାହିବ ସିଂହ ବର୍ମା ୮ ଲକ୍ଷ ୬୨ ହଜାର ୫୮ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସର ମହାବଲ ମିଶ୍ରା ୨ ଲକ୍ଷ ୮୬ ହଜାର ୭୪୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଦିଲ୍ଲୀର ୭ଟି ଯାକ ଆସନରେ ବିଜେପି ବିଜୟୀ ହୋଇଥିଲା। ତେବେ ପରାଜୟ ପରେ ଜନମତକୁ ସ୍ୱୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଆପ୍ ସମୀକ୍ଷା କରିବ ବୋଲି କହିଛି।