ଏକାଠି ଲଢ଼ିବେ ବିଜେପି-ଏଆଇଏଡିଏମକେ

ଚେନ୍ନାଇ: ମହାରାଷ୍ଟ୍ରରେ ମେଣ୍ଟ ଚୂଡ଼ାନ୍ତ କରିବାର ଗୋଟିଏ ଦିନ ପରେ ଏବେ ବିଜେପି ତାମିଲନାଡ଼ୁରେ ମେଣ୍ଟ କରିଛି। ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଓ ବିଜେପି ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ଏକାଠି ଲଢ଼ିବାକୁ ସମ୍ମତ ହୋଇଛନ୍ତି। କେବଳ ତାମିଲନାଡ଼ୁ ନୁହେଁ, ଏହି ଦୁଇ ଦଳ ପୁଡ଼ୁଚେରିରେ ମଧ୍ୟ ଏକାଠି ପ୍ରାର୍ଥୀ ଦେବେ। ବିଜେପି ଓ ଏଆଇଏଡିଏମକେ ସହ ଏହି ମେଣ୍ଟରେ ବର୍ତ୍ତମାନ ଆଞ୍ଚଳିକ ଦଳ ପିଏମ୍‌କେ ରହିଛି। ଏଥିସହ ଅନ୍ୟ କିଛି ଦଳକୁ ମଧ୍ୟ ଏହି ମେଣ୍ଟରେ […]

sds

Hemant Lenka
  • Published: Tuesday, 19 February 2019
  • , Updated: 19 February 2019, 06:26 PM IST

ଚେନ୍ନାଇ: ମହାରାଷ୍ଟ୍ରରେ ମେଣ୍ଟ ଚୂଡ଼ାନ୍ତ କରିବାର ଗୋଟିଏ ଦିନ ପରେ ଏବେ ବିଜେପି ତାମିଲନାଡ଼ୁରେ ମେଣ୍ଟ କରିଛି। ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଓ ବିଜେପି ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ଏକାଠି ଲଢ଼ିବାକୁ ସମ୍ମତ ହୋଇଛନ୍ତି।

କେବଳ ତାମିଲନାଡ଼ୁ ନୁହେଁ, ଏହି ଦୁଇ ଦଳ ପୁଡ଼ୁଚେରିରେ ମଧ୍ୟ ଏକାଠି ପ୍ରାର୍ଥୀ ଦେବେ। ବିଜେପି ଓ ଏଆଇଏଡିଏମକେ ସହ ଏହି ମେଣ୍ଟରେ ବର୍ତ୍ତମାନ ଆଞ୍ଚଳିକ ଦଳ ପିଏମ୍‌କେ ରହିଛି। ଏଥିସହ ଅନ୍ୟ କିଛି ଦଳକୁ ମଧ୍ୟ ଏହି ମେଣ୍ଟରେ ସାମିଲ କରାଯିବାକୁ ବିଜେପି ଓ ଏଆଇଏଡିଏମକେ ଲକ୍ଷ୍ୟ ରଖିଛନ୍ତି।

ବର୍ତ୍ତମାନର ମେଣ୍ଟ ରାଜିନାମା ଅନୁଯାୟୀ, ତାମିଲନାଡୁରର ୩୯ଟି ଲୋକସଭା ଆସନରୁ ବିଜେପି ମାତ୍ର ୫ଟିରେ ଲଢ଼ିବ। ସେହିପରି ପିଏମକେ ୭ଟି ଓ ବାକି ଆସନରେ ଏଆଇଏଡିଏମକେ ପ୍ରାର୍ଥୀ ଦେବେ। କିନ୍ତୁ ମେଣ୍ଟ ପକ୍ଷରୁ ପିଏମକେକୁ ଗୋଟିଏ ରାଜ୍ୟସଭା ସିଟ୍‌ ଦିଆଯିବ।

ଏହି ମେଣ୍ଟ ରାଜ୍ୟର ୨୧ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ମଧ୍ୟ ବୁଝାମଣା ଭିତ୍ତିରେ ପ୍ରାର୍ଥୀ ଦେବେ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଅନ୍ୟ ବିରିଷ୍ଠ ବିଜେପି ନେତାମାନେ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ୱାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ୍‌ଙ୍କ ସହ ଆଲୋଚନା କରିବା ପରେ ଏହି ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି।

୨୦୧୪ରେ ୩୯ଟି ଲୋକସଭା ଆସନରୁ ଜୟଲଳିତାଙ୍କ ନେତୃତ୍ୱରେ ଏଆଇଏଡିଏମକେ ୩୭ଟି ରେ ବାଜିମାତ କରିଥିଲା। ବିଜେପି ୧ ଓ ପିଏମକେ ଗୋଟିଏ ଆସନରେ ଜିତିଥିଲେ।

Related story