ସିଏଏ: ବିଜେପିର ଦାବିକୁ ଶକ୍ତି ଯୋଗାଇଲା ନାନକାନା ଘଟଣା

ନୂଆଦିଲ୍ଲୀ: ପାକିସ୍ତାନର ନାନକାନା ସାହିବ ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା ସେଠାରେ ସଂଖ୍ୟାଲଘୁମାନେ କେଉଁଭଳି ସ୍ଥିତିରେ ଅଛନ୍ତି ତାହା ବୟାନ କରିସାରିଛି। ଶିଖ୍‌ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନରେ ମଧ୍ୟ ଏଭଳି ଘଟଣା ଘଟିଥିବାବେଳେ ଏହା ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଦାବିକୁ ଦୃଢ଼ କରିଛି। ପାକିସ୍ତାନ ସମେତ ୩ଟି ଦେଶରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାପାଇଁ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନରେ କରାଯାଇଥିବା ସଂଶୋଧନର ସବୁଠାରୁ ବଡ଼ ଅଙ୍ଗ ଧର୍ମ ଭିତ୍ତିରେ […]

Hardeep

Subrat Kumar Nayak
  • Published: Saturday, 04 January 2020
  • , Updated: 04 January 2020, 04:26 PM IST

ନୂଆଦିଲ୍ଲୀ: ପାକିସ୍ତାନର ନାନକାନା ସାହିବ ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା ସେଠାରେ ସଂଖ୍ୟାଲଘୁମାନେ କେଉଁଭଳି ସ୍ଥିତିରେ ଅଛନ୍ତି ତାହା ବୟାନ କରିସାରିଛି। ଶିଖ୍‌ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନରେ ମଧ୍ୟ ଏଭଳି ଘଟଣା ଘଟିଥିବାବେଳେ ଏହା ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଦାବିକୁ ଦୃଢ଼ କରିଛି। ପାକିସ୍ତାନ ସମେତ ୩ଟି ଦେଶରେ ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବାପାଇଁ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନରେ କରାଯାଇଥିବା ସଂଶୋଧନର ସବୁଠାରୁ ବଡ଼ ଅଙ୍ଗ ଧର୍ମ ଭିତ୍ତିରେ ନିର୍ଯାତନା ହିଁ ଥିଲା। ବର୍ତ୍ତମାନ ନାନକାନା ଘଟଣା ସରକାରଙ୍କ ପାଇଁ ଏକ କେସ୍‌ ଷ୍ଟଡିରେ ପରିଣତ ହୋଇଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ ଏହି ଘଟଣା ପରେ କହିଛନ୍ତି, ଏହା ହିଁ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସ୍ଥିତି ପ୍ରମାଣିତ କରୁଛି ଏବଂ ଏହି କାରଣରୁ ହିଁ ସେମାନଙ୍କୁ ଭାରତରେ ନାଗରିକତା ମିଳିବା ଦରକାର।

ଶୁକ୍ରବାର ଖବର ଆସିଥିଲା ଏକ ଗୋଷ୍ଠୀ ଲାହୋର ନିକଟବର୍ତ୍ତୀ ନାନକାନା ସାହିବ୍‌ଠାରେ ଥିବା ଗୁରୁଦ୍ୱାରଠାରେ ଶିଖ୍‌ ଶ୍ରଦ୍ଧାଳୁଙ୍କ ଉପରେ ଢେଲାମାଡ଼ କରିଥିଲେ। ଏହାପରେ ଦୁଇ ଗୋଷ୍ଠୀଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହିତ କିଛି ଅସାମାଜିକ ଏହି ଗୁରୁଦ୍ୱାରକୁ ଧ୍ୱଂସ କରିଦେବେ ବୋଲି ଧମକାଇଥିଲେ।

ଏହି ଘଟଣା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିଲା। ଏହାପରେ ଶନିବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଅନ୍ୟତମ ପବିତ୍ର ଶିଖ୍‌ ଧର୍ମପୀଠ ଉପରେ ଏଭଳି ମନୋମୁଖୀ ଭଙ୍ଗାରୁଜା, ପୋଡ଼ାଜଳା ଏବଂ ଢେଲାମାଡ଼ ନିନ୍ଦନୀୟ। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର କିଛି ଯଦି ପ୍ରମାଣ ଖୋଜାଯାଏ, ଏହି ଘଟଣା ଏପରି ଏକ ପ୍ରମାଣ।

ସେ ଆହୁରି ମଧ୍ୟ କହିଥିଲେ, ସିଏଏ ପଛର କାରଣ ସଦୃଶ ପାକିସ୍ତାନରେ ଧର୍ମ ଭିତ୍ତିରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କିଛି ଲୋକ ଅସ୍ୱୀକାର କରୁଥିଲେ। ବର୍ତ୍ତମାନର ଘଟଣା ସେମାନଙ୍କର ଆଖି ଖୋଲିଦେଇଥିବ ନିଶ୍ଚୟ।

ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କହିଛନ୍ତି, ଜଣେ ଝିଅର ଜୋରଜବରଦସ୍ତ ଧର୍ମାନ୍ତରୀକରଣକୁ ସମର୍ଥନ ପାଇଁ ହତ୍ୟା ଧମକ ଦିଆହେଉଛି ଏବଂ ପର୍ଯ୍ୟଟକଙ୍କ ଉପରେ ଢେଲାମାଡ଼ କରାଯାଉଛି। ଏହା ହିଁ ପାକିସ୍ତାନ ଏବଂ ଏହି କାରଣରୁ ହିଁ ଭାରତ ସିଏଏକୁ ସମର୍ଥନ କରୁଛି। ଅନ୍ୟପକ୍ଷରେ ପାକିସ୍ତାନ ସେନାର ସଖି କଣ୍ଢେଇ ମିଛ ଭିଡିଓ ଟ୍ୱିଟ କରି ବୋକା ବନେଇବାର ପ୍ରୟାସ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଜଣେ ଶିଖ୍‌ ଝିଅକୁ ଅପହରଣ କରିବା ସହ ଧର୍ମାନ୍ତରୀକରଣ କରି ବିବାହ କରିଥିବା ଜଣେ ମୁସଲିମ ବ୍ୟକ୍ତିଙ୍କ ପରିବାର ଏହି ଆକ୍ରମଣର ନେତୃତ୍ୱ ନେଇଥିବା କୁହାଯାଉଛି।

Related story