ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମୀର ଦ୍ୱିବେଦୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ସମୀର ମଙ୍ଗଳବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କର ଜଣେ ସମସ୍କନ୍ଧ ନେତା ହେଉଛନ୍ତି ଜନାର୍ଦ୍ଦନ ଦ୍ୱିବେଦୀ।
୩୦ ମାର୍ଚ୍ଚ ୨୦୧୮ରେ ଜନାର୍ଦ୍ଦନି ଦ୍ୱିବେଦୀଙ୍କୁ ଦଳ ମହାସଚିବ ପଦବୀରୁ ହଟାଇ ଦେଇଥିଲା। ସବୁଠୁ ବଡ଼ କଥା ହେଲା ନିଜେ ଲେଟର ପେଡରେ ଦସ୍ତଖତ କରି ମହାସଚିବ ପଦବୀରୁ ହଟିଥିଲେ ଜନାର୍ଦ୍ଦନ। ଏହାପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ ବୋଲି କୁହାଯାଉଥିଲା। ସମୀର ବିଜେପିରେ ଯୋଗ ଦେବା ନେଇ ଜନାର୍ଦ୍ଦନ କହିଛନ୍ତି, ତାଙ୍କୁ ଏବାବଦରେ ପୂର୍ବରୁ କୌଣସି ସୂଚନା ନଥିଲା। ଯଦି ସମୀର ବିଜେପିରେ ସାମିଲ ହୋଇଛନ୍ତି, ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି।
Delhi: Samir Dwivedi, son of senior Congress leader Janardan Dwivedi joins BJP. https://t.co/70JYDw6hT2 pic.twitter.com/muWQkZZ4TU
— ANI (@ANI) February 4, 2020
ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନିକଟରେ ଅନେକ କମିଟି ଗଠନ କରିଥିଲା। ନିର୍ବାଚନ କମିଟିରେ ପୂର୍ବତନ ମହାସଚିବ ଜନାର୍ଦ୍ଦନ ଦ୍ୱିବେଦୀଙ୍କୁ ଦଳ ସାମିଲ୍ କରିଛି। ପୂର୍ବରୁ ଅନେକ ଥର ଜନାର୍ଦ୍ଦନ ଦ୍ୱିବେଦୀ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି। ଫେବୃଆରୀ ୮ରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ୧୧ରେ ଗଣତି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।