ରାଜ୍ୟରେ ହାରି କେନ୍ଦ୍ରରେ ଥଇଥାନ ହେଲେ ଏହି ୩ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ବିଜେପି ବିଧାନସଭା ନିର୍ବାଚନ ହାରିଥିବା ୩ଟି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦଳ ରାଷ୍ଟ୍ରୀୟ ଉପସଭାପତି ଭାବରେ ନିଯୁକ୍ତି ଦେଇଛି। ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍, ବସୁନ୍ଧରା ରାଜେ ଏବଂ ରମଣ ସିଂହଙ୍କର ରାଜନୀତିକ ଥଇଥାନ ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ବସୁନ୍ଧରାଙ୍କ ରାଜନୀତିକ ଭବିଷ୍ୟତ ନେଇ ଦଳର ଉଦ୍ଦେଶ୍ୟ ସ୍ପଷ୍ଟ ହେବାରେ ଲାଗିଛି। ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ଏହି ୩ ରାଜ୍ୟରେ […]

bjp

Subrat Kumar Nayak
  • Published: Friday, 11 January 2019
  • , Updated: 11 January 2019, 12:02 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ବିଜେପି ବିଧାନସଭା ନିର୍ବାଚନ ହାରିଥିବା ୩ଟି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦଳ ରାଷ୍ଟ୍ରୀୟ ଉପସଭାପତି ଭାବରେ ନିଯୁକ୍ତି ଦେଇଛି। ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍, ବସୁନ୍ଧରା ରାଜେ ଏବଂ ରମଣ ସିଂହଙ୍କର ରାଜନୀତିକ ଥଇଥାନ ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ବସୁନ୍ଧରାଙ୍କ ରାଜନୀତିକ ଭବିଷ୍ୟତ ନେଇ ଦଳର ଉଦ୍ଦେଶ୍ୟ ସ୍ପଷ୍ଟ ହେବାରେ ଲାଗିଛି।

ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ଏହି ୩ ରାଜ୍ୟରେ ବିଜେପିର ବୃହତ୍ ପରାଜୟ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଜଣାଇଛନ୍ତି ସାଧାରଣ ସମ୍ପାଦକ ଅରୁଣ ସିଂହ।

ଏହି ୩ ରାଜ୍ୟରେ ବିଜେପିର ପରାଜୟ ପରେ ରମଣ ସିଂହଙ୍କୁ ଜାତୀୟ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହି ରାଜ୍ୟରେ ବିଜେପି ମାରାଥନ୍‌ ପ୍ରଚାର କରିଥିଲେ ମଧ୍ୟ ୩ ଚତୁର୍ଥାଂଶ ଆସନ କଂଗ୍ରେସ ଦଖଲ କରିନେଇଛି। ୯୦ଟି ଆସନରୁ ବିଜେପି ମାତ୍ର ୧୫ଟିରେ ସନ୍ତୁଷ୍ଟ ରହିଛି, ଯେଉଁ ରାଜ୍ୟ ପୂର୍ବରୁ ବିଜେପି ଗଡ଼ ଭାବରେ ଖ୍ୟାତିଲାଭ କରିଥିଲା।

ଦୀର୍ଘ ୧୫ ବର୍ଷର କ୍ଷମତା ଭୋଗ ପରେ ରମଣ ବର୍ତ୍ତମାନ ଛତିଶଗଡ଼ରେ ସବୁଠାରୁ ଅଧିକ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀ। ଚର୍ଚ୍ଚା ହେଉଛି ସେ ରାଜନନ୍ଦଗାଓଁରୁ ଲୋକସଭା ଲଢ଼ିବେ। ବର୍ତ୍ତମାନ ତାଙ୍କ ପୁଅ ଅଭିଷେକ ସିଂହ ସେଠାରୁ ପ୍ରତିନିଧିତ୍ୱ କରୁଛନ୍ତି।

ସେହିଭଳି ପରାଜୟ ପରେ ମଧ୍ୟ ମାନସିକ ସ୍ତରରେ ହାରିଯାଇନାହାନ୍ତି ରମଣ ସିଂହ। ସେ ‘ଟାଇଗର ଜିନ୍ଦା ହୈ’ ଡାଇଲଗ୍‌ ମାରି ଏହା ସ୍ପଷ୍ଟ କରିଦେଛନ୍ତି। ସେ ଲୋକସଭା ନିର୍ବାଚନରେ ବିଦିଶା ଆସନରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୨୦୧୯ରେ ନିର୍ବାଚନ ଲଢ଼ିବେନି ବୋଲି ଜଣାଇବାପରେ ଏହା ସ୍ପଷ୍ଟ ହୋଇଛି।

ରାଜସ୍ଥାନରେ ଏପର୍ଯ୍ୟନ୍ତ ବିରୋଧୀ ଦଳ ନେତା ନିଯୁକ୍ତି ଦିଆଯାଇନି। କାରଣ ବସୁନ୍ଧରା ରାଜେ ରାଜ୍ୟ ଦାୟିତ୍ୱ ଛାଡ଼ିବାକୁ ରାଜି ହେଉନାହାନ୍ତି। କିନ୍ତୁ ରାଜସ୍ଥାନରେ ରାଜ୍ୟ ନେତୃତ୍ୱ ପରିବର୍ତ୍ତନ ପାଇଁ ଦିଲ୍ଲୀରୁ ବାର୍ତ୍ତା ଆସି ସାରିଛି।

Related story