ମୁମ୍ବାଇ: ଶିବସେନାର ଯୁବ ସଂଗଠନ ଯୁବସେନା ଦଳର ପ୍ରତିଷ୍ଠାତା ବାଲ୍ ଠାକ୍ରେଙ୍କୁ ମନେ ପକାଇଛି। ଯୁବସେନା ତାଙ୍କର ଏକ ପୁରୁଣା ଭାଷଣରେ ବିଜେପିକୁ ଟାର୍ଗେଟ୍ କରିଛି। ଏଥିରେ ବାଲ୍ ଠାକ୍ରେ କହିଥିଲେ, ଶିବସେନା ବିଜେପିକୁ ସହିଯିବାର କାରଣ କେବଳ ହିନ୍ଦୁତ୍ୱ। ଏହା ସବୁବେଳେ ହେବନାହିଁ ବୋଲି ସେ କହିଥିଲେ।
ଶିବସେନାର ଯୁବ ସଂଗଠନ ବର୍ତ୍ତମାନ ବାଲ୍ ଠାକ୍ରେଙ୍କ ନାତି ତଥା ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟଙ୍କ ନେତୃତ୍ୱରେ ଅଛି। ଯୁବସେନା ନିଜର ଇନ୍ଷ୍ଟାଗ୍ରାମ୍ ଆଇଡିରେ ଏହି ଭିଡିଓ ଛାଡ଼ିଛି।
ଏହି ଭିଡିଓରେ ବିଜେପିକୁ କଡ଼ା ଜବାବ ଦେଥିଲେ ବାଲ୍ ଠାକ୍ରେ। ସେ କହିଥିଲେ ବିଜେପି ମେଣ୍ଟରୁ ଫାଇଦା ନେଇଆସୁଛି। ଏହି ଭିଡିଓ ଛାଡ଼ି ଯୁବସେନା ବିଜେପିକୁ ପୁଣିଥରେ ଚେତାଇ ଦେବାକୁ ପ୍ରୟାସ କରିଛି।