ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିଜେପି ନେତା ଗିରଫ

ରାୟପୁର: ଛତିଶଗଡ଼ର ବିଜେପି ନେତା ପ୍ରକାଶ ବଜାଜଙ୍କୁ ପୁଲିସ୍‌ ରବିବାର ଗିରଫ କରିଛି। ସେ ରାୟପୁର ଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ସିଭିଲ୍ ଲାଇନ୍ସ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ଗାୟତ୍ରୀ ନଗରରେ ରହୁଥିବା ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ରେ ମହିଳା ଜଣଙ୍କ ଏକ ଘର କିଣିବାକୁ ପ୍ରକାଶଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ପ୍ରକାଶ ଘର କିଣିବା ପାଇଁ ବ୍ୟାଙ୍କରୁ ଋଣ କରେଇ ଦେବେ […]

i

Hemant Lenka
  • Published: Monday, 20 May 2019
  • , Updated: 20 May 2019, 03:32 PM IST

ରାୟପୁର: ଛତିଶଗଡ଼ର ବିଜେପି ନେତା ପ୍ରକାଶ ବଜାଜଙ୍କୁ ପୁଲିସ୍‌ ରବିବାର ଗିରଫ କରିଛି। ସେ ରାୟପୁର ଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ସିଭିଲ୍ ଲାଇନ୍ସ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ।

ଗାୟତ୍ରୀ ନଗରରେ ରହୁଥିବା ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ରେ ମହିଳା ଜଣଙ୍କ ଏକ ଘର କିଣିବାକୁ ପ୍ରକାଶଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ପ୍ରକାଶ ଘର କିଣିବା ପାଇଁ ବ୍ୟାଙ୍କରୁ ଋଣ କରେଇ ଦେବେ ବୋଲି କହି ଏହି ଅର୍ଥ ନେଇଥିଲେ।

ତେବେ ବ୍ୟାଙ୍କରେ ଋଣ ମଞ୍ଜୁର ନ ହେବାରୁ ମହିଳା ଜଣଙ୍କ ତାଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରକାଶଙ୍କୁ କହିଥିଲେ। ତେବେ ଟଙ୍କା ଫେରାଇବା ପରିବର୍ତ୍ତେ ୨୦୧୬ରୁ ୨୦୧୮ ମଧ୍ୟରେ ପ୍ରକାଶ ତାଙ୍କ ଅଫିସରେ ମହିଳା ଜଣଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ।
ପ୍ରକାଶଙ୍କୁ ଗିରଫ କରାଯିବା ପରେ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ରିମାଣ୍ଡରେ ପଠାଇ ଦିଆଯାଇଛି।

Related story