ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀମାନେ କଶ୍ମୀରର ବାନ୍ଦିପୋରାରେ ବିଜେପି ନେତା ଶେଖ ୱାସିମ ବରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବୁଧବାର ରାତି ପ୍ରାୟ ୯ଟା ସମୟରେ ବାନ୍ଦିପୁର ପୁଲିସ ଷ୍ଟେସନ ନିକଟରେ ଥିବା ତାଙ୍କ ଦୋକାନ ବାହାରେ ଉପସ୍ଥିତ ଥିବାବେଳେ ଆତଙ୍କବାଦୀମାନେ ବିଜେପି ନେତାଙ୍କ ଉପରରୁ ଗୁଳି ଚଳାଇଥିଲେ। ପାଖରେ ଥିବା ୱାସିମ ବରୀଙ୍କ ବାପା ବଶୀର, ଭାଇ ଓମାର ସୁଲତାନ ମଧ୍ୟ ଗୁଳିର ଶିକାର ହୋଇଛନ୍ତି। ସମସ୍ତଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡିଜିପି ଦିଲବାଗ ସିଂହ। ଶେଖ ଓ୍ୱାସିମ ବରୀ ବାନ୍ଦିପୋର ଜିଲ୍ଲାର ପୂର୍ବତନ ବିଜେପି ସଭାପତି।

ଓ୍ୱାସିମଙ୍କ ବାପା ଓ ଭାଇ ଗୁଳିର ଶିକାର ହୋଇ ଆହତ ହୋଇଥିଲେ। ଏହାପରେ ଉଭୟଙ୍କୁ ବାନ୍ଦିପୋରାରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଟୁଇଟ୍ କରି ଘଟଣାକୁ ନିନ୍ଦା କରିଛନ୍ତି।

ଜୁନ୍ ମାସ ଆରମ୍ଭରେ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ଗୁଳି କରି ହତ୍ୟା କରିଥିଲେ। କଶ୍ମୀରରେ ଆତଙ୍କବାଦର ଜିହାଦୀ ସଂଗଠନ ରେଜିଷ୍ଟ୍ରେସନ ଫ୍ରଣ୍ଟ (ଟିଆରଏଫ) କରିଥିବା ଜଣାପଡ଼ିଛି। ଗତ ୧୭ ବର୍ଷ ମଧ୍ୟରେ ଘାଟିରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିବାର ଏହା ପ୍ରଥମ ଘଟଣା ଥିଲା। ସରପଞ୍ଚ କଂଗ୍ରେସ ଦଳ ସହ ଜଡିତ ଥିଲେ।ଅଜୟ ପଣ୍ଡିତାଙ୍କ ହତ୍ୟାକୁ ସମସ୍ତ ଦଳର ନେତାମାନେ ନିନ୍ଦା କରିଥିଲେ।

ଆହୁରି ପଢ଼ନ୍ତୁ

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ଓଜନ କମ୍‌ କରେ ଉଷୁମ ପାଣି

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ!

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ନିୟମରେ କୋହଳ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ