ଗୁଜରାଟରେ ବିଜେପି ନେତାଙ୍କ ଜନ୍ମଦିନରେ ବଣ୍ଟା ହେଲା ମଦ

ଅହମଦାବାଦ: ଗୁଜରାଟରେ ଅନେକ ବର୍ଷ ତଳୁ ମଦ ଉପରେ ନିଷେଧାଦେଶ ଜାରି ହୋଇଛି। କିନ୍ତୁ ଏହା କାଗଜ କଲମରେ ସୀମିତ ରହିଯାଇଛି। ଅସଲରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ମଝିରେ ବିଜେପି ନେତା କାର ବନେଟରେ ଜନ୍ମଦିନ କେକ୍‌ କାଟିଥିବା ଦେଖିବାକୁ ମିଳିଛି। ତା’ପୁଣି ଖଣ୍ଡାରେ। ଆଉ ଜନ୍ମଦିନ କେକ୍‌ କାଟିବା ବେଳେ ପାଖରେ ଥିବା ସାଙ୍ଗମାନେ ମଦ ଧରିଥିବା ଦେଖିବାକୁ ମିଳିଛି। ଜନ୍ମଦିନ କେକ୍‌ କାଟୁଥିବା ନେତା ହେଉଛନ୍ତି ଗୁଜରାଟ ମହିସାଗର ଜିଲ୍ଲାର ବିଜେପି ଆବାହକ କଓ୍ୱନ ପଟେଲ। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶ୍ନ ଘେରରେ କଓ୍ୱନ ପଟେଲ।

କାର ବନେଟ ଉପରେ କଓ୍ୱନ ପଟେଲ କେକ କାଟୁଥିବା ବେଳେ ପାଖରେ ଜିଲ୍ଲା ବିଜେପି ସଭାପତି ଯୋଗେନ୍ଦ୍ର ମେହରା ଏବଂ ଅନ୍ୟାନ୍ୟ ନେତା ରହିଥିବା ଦେଖିବାକୁ ମିଳିଛି। ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି।

ଏହାବାଦ ସାରା ଦେଶରେ କରୋନା ପାଇଁ ସାମାଜିକ ଦୂରତା ନିୟମ କଡ଼ାକଡ଼ି ରହିଥିବା ବେଳେ ଏଠାରେ ବିଜେପି ନେତା ମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଗୁଜରାଟ କଂଗ୍ରେସ ସଭାପତି ଅମିତ ଚଭଡା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ