ମହଙ୍ଗା ପଡ଼ିଲା ଏକଲା ଚଲୋ ରଣନୀତି!

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ସରକାରୀ ଭାବରେ ପ୍ରକାଶ ପାଇନି। ହେଲେ ଭୋଟ ଗଣତି ଅନୁଯାୟୀ ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରି ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି। କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ଏଥର ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିଜେପି ଏଠି ହାରିବା ପଛରେ ଅନେକ କାରଣ ରହିଛି। ମୁଖ୍ୟତଃ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସରକାରକୁ କପି କରିଥିବା ଦେଖିବାକୁ ମିଳିଛି। ପରିଣାମ ସ୍ୱରୂପ ରଘୁବର ଦାସ ସରକାରଙ୍କ […]

amit saha raghubar

amit saha raghubar

Subhransu Sekhar
  • Published: Monday, 23 December 2019
  • Updated: 23 December 2019, 05:37 PM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ସରକାରୀ ଭାବରେ ପ୍ରକାଶ ପାଇନି। ହେଲେ ଭୋଟ ଗଣତି ଅନୁଯାୟୀ ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରି ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି। କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ଏଥର ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିଜେପି ଏଠି ହାରିବା ପଛରେ ଅନେକ କାରଣ ରହିଛି। ମୁଖ୍ୟତଃ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସରକାରକୁ କପି କରିଥିବା ଦେଖିବାକୁ ମିଳିଛି। ପରିଣାମ ସ୍ୱରୂପ ରଘୁବର ଦାସ ସରକାରଙ୍କ ପତନ ହୋଇଛି।

ସହଯୋଗୀଙ୍କୁ ଅଣଦେଖା

୨୦୧୪ରେ ବିଜେପି ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ସଂଘ (ଏଜେଏସୟୁ) ସହ ମିଶି ଏଠାରେ ନିର୍ବାଚନ ଲଢ଼ିଥିଲା। ବିଜେପି ୩୭ଟି ଆସନରେ ଜିତିଥିବା ବେଳେ ଏଜେଏସୟୁ ୫ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲେ। ଚଳିତ ଥର କିନ୍ତୁ ବିଜେପି ସହଯୋଗୀ ଏଜେଏସୟୁକୁ ଅଣଦେଖା କରିଥିଲା। ଫଳରେ ଦୁଇ ଜଣ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ।୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇଥିଲା। ସେବେଠାରୁ ବିଜେପି ଏଜେଏସୟୁ ସହ ମିଶି ନିର୍ବାଚନ ଲଢ଼ିଥିଲା। ଖାଲି ଏଜେଏସୟୁ ନୁହେଁ ରାଜ୍ୟରେ ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ମଧ୍ୟ ଏକାକୀ ନିର୍ବାଚନ ଲଢ଼ିଥିଲା।

ବିରୋଧୀ କଲେ ମହାମେଣ୍ଟ

ଝାଡ଼ଖଣ୍ଡରେ ବିଜେପି ସହଯୋଗୀ ଦଳକୁ ଅଣଦେଖା କରିଥିବାବେଳେ ବିରୋଧୀ କିନ୍ତୁ ଏକଜୁଟ ହେଇ ବିଜେପିକୁ ସାମ୍ନା କରିବାରେ ସଫଳ ହୋଇଛନ୍ତି। ଡବଲ ଇଞ୍ଜିନର ସରକାର ବିଜେପି ନାରା ଦେଇଥିଲେ ମଧ୍ୟ ବିରୋଧୀଙ୍କ ମହାମେଣ୍ଟକୁ ଜନତା ଅଧିକ ବିଶ୍ୱାସ କରିଛନ୍ତି। ଏହି ତିନି ଦଳ କିନ୍ତୁ ୨୦୧୪ରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ଏବେ ବିଜେପିକୁ ହରାଇବାକୁ ଯାଇ ଏକ ହେବା ଫଳରେ ମହାମେଣ୍ଟ ସଫଳ ହୋଇଛି।

ସହଯୋଗୀ ଦେଲେ ଝଟକା

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଦେଇଥିଲେ ସହଯୋଗୀ ନେତା। ରାଜ୍ୟରେ ବିଜେପିର ଚେହେରା ଥିବା ରାଧାକୃଷ୍ଣ କିଶୋର ଦଳ ଛାଡ଼ି ଏଜେଏସୟୁରେ ସାମିଲ୍ ହୋଇଥିଲେ। କିଶୋର ଦଳ ଛାଡ଼ିବା ଏବଂ ବିଜେପି ସହ ଏଜେଏସୟୁ ମେଣ୍ଚ ଭାଙ୍ଗିବା ନିର୍ବାଚନ ହାରିବା ପଛର ଆଉ ଏକ କାରଣ। ସେହିପରି ରାଜ୍ୟରେ ବିଜେପିର ଅନ୍ୟତମ ଚେହେରା ଥିବା ସୂର୍ଯ୍ୟ ରାୟଙ୍କୁ ଦଳ ଟିକେଟ ଦେଇନଥିଲା। ଆଉ ଏହାକୁ କାଉଣ୍ଟର କରିବାକୁ ଯାଇ ସୂର୍ଯ୍ୟ ନିଜେ ପୂର୍ବ ଜାମସେଦପୁର ଆସନରେ ରଘୁବର ଦାସଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଏମିତିକି ଭୋଟ ଗଣତି ବେଳେ ରଘୁବର ଦାସ ସୂର୍ଯ୍ୟଙ୍କଠୁ ପଛରେ ଚାଲିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ୧୯୯୫ରୁ ରଘୁବାର ଦାସ ପୂର୍ବ ଜାମସେଦପୁରରୁ ବିଧାୟକ ରହି ଆସିଛନ୍ତି। ଫଳାଫଳ ଯାହା ହେଉ ରଘୁବର ଦାସଙ୍କୁ କଡ଼ା ମୁକାବିଲା କରିବାର ଅର୍ଥ ତାଙ୍କର ଲୋକପ୍ରିୟତା ଓ ଶାସନକୁ ନିଜ ନିର୍ବାଚନ ମଣ୍ଡଳୀର ଲୋକ ବିଶ୍ୱାସକୁ ନେଇ ପାରି ନାହାନ୍ତି।

‘ମହାରାଷ୍ଟ୍ର’ ଗଣିତ କାମଦେଲାନି

ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଚାର ଚାଲିଥିବା ବେଳେ ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଢ଼ିପାରିନଥିଲା। ରାଜ୍ୟରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ଦାବି କରିଥିଲା। ତେଣୁ ଝାଡ଼ଖଣ୍ଡରେ ଫଳାଫଳ ପ୍ରକାଶ ପାଇବା ପରେ ସହଯୋଗୀ ଏଲଜେପି ଓ ଏଜେଏସୟୁ ସମାନ ଦାବି କରିପାରନ୍ତି ବୋଲି ବିଜେପି ଆକଳନ କରିଥିଲା। ଏଲଜେପି ଓ ଏଜେଏସୟୁ ମଧ୍ୟ ଅଧିକ ଆସନରେ ନିର୍ବାଚନ ଲଢ଼ିବେ ବୋଲି ବିଜେପି ପାଖରେ ଦାବି କରିଥିଲେ। ଏହାପରେ ମହାରାଷ୍ଟ୍ର ରାଜନୀତିକୁ ଲକ୍ଷ୍ୟ ରଖି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରି ସହଯୋଗୀଙ୍କଠୁ ଅଲଗା ହୋଇଗଲା ବିଜେପି। ଏହାପରେ ୮୧ଟି ଆସନରୁ ବିଜେପି ୬୫ଟି ଆସନରେ ଜିତିବ ବୋଲି ନାରା ଦେଇଥିଲା। ଗତଥର ଏକାକୀ ୩୭ଟି ଆସନ ଜିତିଥିଲେ ମଧ୍ୟ ସାଧାରଣ ନିର୍ବାଚନରେ ଝାଡ଼ଖଣ୍ଡରେ ବିଜେପି ପ୍ରତି ଲୋକଙ୍କ ଜନାଦେଶ ଦେଖିବା ପରେ ୬୫ ଆସନ ଜିତିବ ବୋଲି ବିଜେପି ଆକଳନ କରିଥିଲା। ତେଣୁ ମୋଦି ଓ ଶାହ ଦୁଇ ଜଣ ୯ଟି ଲେଖାଏଁ ମୋଟ ୧୮ଟି ରାଲି ୫ଟି ପର୍ଯ୍ୟାୟ ଭୋଟ ବେଳେ କରିଥିଲେ।

ଆଦିବାସୀ ଚେହେରା ଗାଏବ

ଝାଡ଼ଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ। ମୋଟ ୮୧ଟି ଆସନରୁ ୨୮ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ମହାଗଠବନ୍ଧନରେ ହେମନ୍ତ ସୋରେନ ଚେହେରା ହୋଇଥିବା ବେଳେ ବିଜେପିର ଚେହେରା ହୋଇଥିଲେ ଅଣ ଆଦିବାସୀ ନେତା ରଘୁବର ଦାସ। ୨୦୧୪ ବିଧାନସଭା ନିର୍ବାଚନ ବେଳେ ବିଜେପି ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା। ଫଳାଫଳ ପ୍ରକାଶ ପାଇବା ପରେ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ହେଲେ ଚଳିତ ଥର କିନ୍ତୁ ବିଜେପି ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା।

ଏହାବ୍ୟତୀତ ଆଦିବାସୀ ମାନେ ରଘୁବାର ଦାସଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାର ପ୍ରତିଫଳନ ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା। ଖୁଣ୍ଟି ଯାତ୍ରା ବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଉପରକୁ ଆଦିବାସୀମାନେ ଚପଲ ଫିଙ୍ଗିଥିଲେ। ସୂଚନାଯୋଗ୍ୟ ବିଜେପି ନେତା ଅର୍ଜୁନ ମୁଣ୍ଡା ଆଦିବାସୀ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଆଦିବାସୀ ଭୋଟର ମାନେ ଚାହୁଁଥିଲେ। ହେଲେ ବିଜେପିର ଶୀର୍ଷ ନେତୃତ୍ୱ ରଘୁବର ଦାସଙ୍କ ଉପରେ ମୋହର ମାରିବା ପରେ ଆଦିବାସୀ ମାନେ ହେମନ୍ତ ସୋରେନଙ୍କ ନେତୃତ୍ୱକୁ ସମର୍ଥନ କରିଥିବା ଜଣାପଡ଼ିଛି।

ମୁଣ୍ଡା ସମର୍ଥକଙ୍କୁ ବୟକଟ୍

ଆଦିବାସୀ ଅଧ୍ୟୁଷିତ ରାଜ୍ୟ ହୋଇଥିଲେ ମଧ୍ୟ ରଘୁବର ଦାସ ଦଳର ଆଦିବାସୀ ଚେହେରା ଅର୍ଜୁନ ମୁଣ୍ଡାଙ୍କୁ ଏକ ପ୍ରକାର ସାଇଡ୍ କରିଦେଇଥିଲେ। ଏମିତିକି ମୁଣ୍ଡାଙ୍କ ସମର୍ଥକ ୧୧ ବିଧାୟକଙ୍କୁ ମଧ୍ୟ ରଘୁବର ଦାସ ଟିକେଟ୍ ଦେଇନଥିଲେ। ସୁଦେଶ ମହୋତ ଶାସକ ଦଳର ନେତା ହୋଇଥିଲେ ମଧ୍ୟ ସବୁବେଳେ ବିରୋଧୀ ଦଳ ନେତା ଭାବରେ କାମ କରୁଥିଲେ।

ସରକାରୀ କର୍ମଚାରୀଙ୍କୁ ଅଣଦେଖା

ଗତବର୍ଷ ରାଜ୍ୟରେ ୭୦, ୦୦୦ ଶିକ୍ଷକ ନିୟମିତ ହେବା ପାଇଁ ଦାବି କରିଥିଲେ। ନଭେମ୍ୱର ମାସରେ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଏହି ଶିକ୍ଷକ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କୁ ଖରାପ ବ୍ୟବହାର ଦେଖାଯାଇଥିଲା। ସେହିପରି ୨୫, ୦୦୦ ଅଙ୍ଗନବାଡି କର୍ମୀ ନିଜର ଦାବି ଜୋର କରିବା ବେଳେ ସରକାର ତାଙ୍କୁ ଭଲ ବ୍ୟବହାର ଦେଖାଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story