ସ୍ମାର୍ଟଫୋନ୍ ଓ ଲାପଟପ୍‌ ବାଣ୍ଟିବ ବିଜେପି

ନୂଆଦିଲ୍ଲୀ: ଏଥର ବଣ୍ଟାହେବ ମାଗଣାରେ ମଙ୍ଗଳସୂତ୍ର। ବିବାହିତ ମହିଳାଙ୍କ ସୁହାଗ ସନ୍ତକ ବାଣ୍ଟିବ ବିଜେପି। କର୍ଣ୍ଣାଟକ ନିର୍ବାଚନରେ ଭୋଟ ହାତେଇବାକୁ ଏମିତି ଥୋପ ପକାଉଛି ଦଳ। ଯାହାକୁ ନେଇ ଦେଶରେ ଚର୍ଚ୍ଚା। ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର ଜାରି କରିଛି। ଆଜି ନିର୍ବାଚନୀ ଘୋଷଣା ପତ୍ର ଜାରି ହୋଇଛି। ରାଜ୍ୟର କୃଷକଙ୍କୁ ଚଳିତ ଇସ୍ତାହାରରେ ଗୁରୁତ୍ୱ ଦେଇଛି ଦଳ। ବିଜେପି ସରକାରକୁ ଫେରିଲେ ଦେଢ଼ ଲକ୍ଷ୍ୟ କୋଟି ଟଙ୍କା ମୂଲ୍ୟରେ ଜଳ ସେଚନ […]

mghn

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 03:59 PM IST

ନୂଆଦିଲ୍ଲୀ: ଏଥର ବଣ୍ଟାହେବ ମାଗଣାରେ ମଙ୍ଗଳସୂତ୍ର। ବିବାହିତ ମହିଳାଙ୍କ ସୁହାଗ ସନ୍ତକ ବାଣ୍ଟିବ ବିଜେପି। କର୍ଣ୍ଣାଟକ ନିର୍ବାଚନରେ ଭୋଟ ହାତେଇବାକୁ ଏମିତି ଥୋପ ପକାଉଛି ଦଳ। ଯାହାକୁ ନେଇ ଦେଶରେ ଚର୍ଚ୍ଚା।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର ଜାରି କରିଛି। ଆଜି ନିର୍ବାଚନୀ ଘୋଷଣା ପତ୍ର ଜାରି ହୋଇଛି। ରାଜ୍ୟର କୃଷକଙ୍କୁ ଚଳିତ ଇସ୍ତାହାରରେ ଗୁରୁତ୍ୱ ଦେଇଛି ଦଳ। ବିଜେପି ସରକାରକୁ ଫେରିଲେ ଦେଢ଼ ଲକ୍ଷ୍ୟ କୋଟି ଟଙ୍କା ମୂଲ୍ୟରେ ଜଳ ସେଚନ ବ୍ୟବସ୍ଥା କରାଯିବ। ରାଜ୍ୟର କୌଣସି ବି ଚାଷୀ ଜଳ ଜନିତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହାସହ କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କୁ ଦୁର୍ଘଟଣା ଜନିତ ବୀମା ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ରୟତ ସୁରକ୍ଷା ଯୋଜନାରେ ୨ଲକ୍ଷ ଟଙ୍କା ଯାଏ ବୀମା ପ୍ରଦାନ କରାଯିବ। ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନିର୍ବାଚନୀ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ସରକାରକୁ ଫେରିଲେ ବିପିଏଲ୍ ପରିବାରର ମହିଳାଙ୍କୁ ମାଗଣାରେ ମଙ୍ଗଳସୂତ୍ର, ସ୍ମାର୍ଟଫୋନ୍, ଶସ୍ତାରେ ଋଣ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ପ୍ରଦାନ କରାଯିବ। ସେହିଭଳି ବେଙ୍ଗାଲୁରୁରେ ଦୁଇଟି ଏମ୍ସ ସ୍ଥାପନ କରିବା ଭଳି ପ୍ରତିଶ୍ରୁତି ଦେଇଛି ବିଜେପି। ଏହାଛଡ଼ା ୩ ଶହରୁ ଅଧିକ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ୍, ୪୦୦ ଅନୂସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ବିଦେଶରେ ମାଗଣା ଶିକ୍ଷା ଭଳି ବ୍ୟବସ୍ଥା କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ହୋଇଛି।

ଗତ ସପ୍ତାହରେ କଂଗ୍ରେସ ନିଜ ନିର୍ବାଚନୀ ଘୋଷଣା ପତ୍ର ଜାରି କରିଥିଲା। ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକରେ ହେବ ବିଧାନସଭା ନିର୍ବାଚନ। ଯାହାକୁ ଦୃଷ୍ଟିରେ ରଖି ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଦଳର ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ବନାମ୍ ରାହୁଲ ପରିସ୍ଥିତି ସୃଷ୍ଟି ହୋଇଛି।  ଉଭୟ ନେତାଙ୍କ ପକ୍ଷରୁ ମାରାଥନ୍ ରାଲି ଏବଂ ସାଧାରଣ ସଭାର ଆୟୋଜନ କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେସିଂ ଜରିଆରେ ଦଳର ମହିଳା କର୍ମୀଙ୍କୁ ସମ୍ବୋଧନ କରିଥିଲେ।

 

 

Related story