କାଲି ଏନ୍‌ଡିଏ ନେତାଙ୍କୁ ଡିନର୍‌ ଦେବେ ଶାହ

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ ଫଳାଫଳକୁ ନେଇ ଉତ୍ସାହିତ ହୋଇଥିବା ବିଜେପି ଏବେ ତା’ର ସହଯୋଗୀ ଦଳଗୁଡ଼ିକୁ ମଙ୍ଗଳବାର ଏକ ବୈଠକ ପାଇଁ ନିମନ୍ତ୍ରଣ କରିଛି। ଏକଜିଟ୍‌ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଇଛି। ତେଣୁ ଚୂଡ଼ାନ୍ତ ଗଣତି ପୂର୍ବରୁ ବିଜେପୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନ୍‌ଡିଏ ସହଯୋଗୀଙ୍କ ସହ ଆସନ୍ତାକାଲି ମେଣ୍ଟ ସମ୍ପର୍କରେ ବୈଠକ କରିବେ। ତା ସହିତ ସେ ସହଯୋଗୀ ଦଳର ନେତାମାନଙ୍କ ପାଇଁ ଡିନର୍‌ର […]

yy

Hemant Lenka
  • Published: Monday, 20 May 2019
  • , Updated: 20 May 2019, 04:26 PM IST

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ ଫଳାଫଳକୁ ନେଇ ଉତ୍ସାହିତ ହୋଇଥିବା ବିଜେପି ଏବେ ତା’ର ସହଯୋଗୀ ଦଳଗୁଡ଼ିକୁ ମଙ୍ଗଳବାର ଏକ ବୈଠକ ପାଇଁ ନିମନ୍ତ୍ରଣ କରିଛି। ଏକଜିଟ୍‌ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଇଛି। ତେଣୁ ଚୂଡ଼ାନ୍ତ ଗଣତି ପୂର୍ବରୁ ବିଜେପୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନ୍‌ଡିଏ ସହଯୋଗୀଙ୍କ ସହ ଆସନ୍ତାକାଲି ମେଣ୍ଟ ସମ୍ପର୍କରେ ବୈଠକ କରିବେ। ତା ସହିତ ସେ ସହଯୋଗୀ ଦଳର ନେତାମାନଙ୍କ ପାଇଁ ଡିନର୍‌ର ଆୟୋଜନ କରିବେ।

ଗତକାଲି ପ୍ରକାଶ ପାଇଥିବା ୧୪ଟିରୁ ୧୨ଟି ସଂସ୍ଥା ଏନଡିଏ ଚଳିତ ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇବ ବୋଲି ଆକଳନ କରିଛନ୍ତି। ଏନଡିଏ ୨୮୨ରୁ ୩୬୫ ଯାଏ ଆସନରେ ବିଜୟୀ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଲୋକସଭାର ୫୪୩ଟି ଆସନରୁ ୫୪୨ଟି ଆସନ ପାଇଁ ନିର୍ବାଚନ ହୋଇଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ୮୨ରୁ ୧୬୫ଟି ଆସନ ପାଇବ ବୋଲି ଏକଜିଟ୍‌ ପୋଲ ଫଳାଫଳରେ ପ୍ରୋଜେକ୍ଟ କରାଯାଇଛି।

Related story