ନୂଆଦିଲ୍ଲୀ: ଜାତିକୁ ନେଇ ବିଜେପି ଓ ଆରଏସଏସ ରାଜିନୀତି କରୁଛନ୍ତି। ଜାତିକୁ ପାଥେୟ କରି ବିଜେପି ହରିୟାଣାକୁ ବିଭାଜିତ କରିବାକୁ ଅପଚେଷ୍ଟା କରୁଛି। ଶନିବାର ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। କୋଟାକୁ ନେଇ ଜାଠ୍ମାନେ ଆନ୍ଦୋଳନ କରୁଥିବା ବେଳେ ବିଜେପି ଓ ଆରଏସଏସ ଏହି ଘଟଣାରେ ନିଆଁରେ ଘିଅ ଢାଳିବା ପରି କାମ କରୁଛନ୍ତି ବୋଲି ସେ କହିଛନ୍ତି। ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ କଥାବାର୍ତ୍ତା ଜାରି ରଖଶଯିବା ଉଚିତ ବୋଲି ସେ କହିଛନ୍ତି।
ଏଆଇସିସି କମ୍ୟୁନିକେସନ ଡିପାର୍ଟମେଣ୍ଟ ମୁଖ୍ୟ ରନଦୀପ୍ ସୁରଜେୱାଲା ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ରାଜ୍ୟର ହିତ ପାଇଁ ଆନ୍ଦୋଳନକୁ ବନ୍ଦ କରାଯିବା ଦରକାର।ଏହାସହ ଯେଉଁମାନେ ଏହି ଦଙ୍ଗାକୁ ଉସୁକାଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବା ଦରକାର।
ସେ କହିଛନ୍ତି ଯେ, ଆଞ୍ଚଳିକବାଦ ଓ ଗୋଷ୍ଠୀବାଦକୁ ଭିତ୍ତି କରି ବିଜେପି ଓ ଆରଏସଏସ୍ ଦେଶକୁ ବିଭାଜିତ କରିବାକୁ ଚାହୁଁଛି। ଜାତିକୁ ନେଇ ବିଜେପି ହରିୟାଣାକୁ ବିଭାଜିତ କରୁଛି। ବିଜେପିର ଏମପି ଓ ଏମଏଲଏ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ବର୍ତ୍ତମାନର ସ୍ଥିତିକୁ ବିଗାଡିବାକୁ ଚେଷ୍ଟା କରୁଛନ୍ତି। ଦଙ୍ଗାକୁ ବନ୍ଦ କରିବା ଦିଗରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।