ବିଜେପି ଶାସନରେ ମୁସଲମାନ ଓ ଦଳିତଙ୍କ ଉପରେ ଅତ୍ୟାଚାର ବଢିଛି: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ରାଜ୍ୟସଭାରେ ମାୟାବତୀ କହିଛନ୍ତି, “କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠାରୁ ଦଳିତ ଓ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ନିଜ ମତ ରଖିବା ଦରକାର।” ସେ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ଚୁପ ରହିଲେ ଚଳିବ ନାହିଁ। ତାଙ୍କ ମନ୍ତ୍ରୀମାନେ ମୁସଲମାନ […]

bsp-supremo-mayawati

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 02:49 PM IST

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ରାଜ୍ୟସଭାରେ ମାୟାବତୀ କହିଛନ୍ତି, “କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠାରୁ ଦଳିତ ଓ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ନିଜ ମତ ରଖିବା ଦରକାର।”

ସେ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ଚୁପ ରହିଲେ ଚଳିବ ନାହିଁ। ତାଙ୍କ ମନ୍ତ୍ରୀମାନେ ମୁସଲମାନ ଓ ଦଳିତଙ୍କୁ ଦୁର୍ବ୍ୟବହାର କରି ଚାଲିଥିବା ବେଳେ ସେ କାହିଁକି ଚୁପ ରହିଛନ୍ତି? ସେ ଏହାର ଉତ୍ତର ରଖନ୍ତୁ।”

Related story