୨୦୧୯ ପାଇଁ ବିଜେପିର ନାରା:‘ଫିର ଏକ୍‌ ବାର ମୋଦି ସରକାର’

ନୂଆଦିଲ୍ଲୀ:ଆଜି ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦଳର ଥିମ୍‌ ସଙ୍ଗ୍ ରିଲିଜ୍ କରାଯାଇଛି। ଏହା ଦଳର ନାରା ‘ଫିର ଏକ୍‌ ବାର ମୋଦି ସରକାର’ଉପରେ ଆଧାରିତ ବୋଲି ଜଣାପଡ଼ିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି, ବିଜେପିର ଫୋକସ୍‌ରେ ଜାତୀୟ ସୁରକ୍ଷା, ମହିଳା ସଶକ୍ତିକରଣ, ପିଏମ୍‌ କିଶାନ୍‌ ସ୍କିମ୍‌, କଳାଧନ ବିରୋଧରେ ଯୁଦ୍ଧ ଏବଂ ସାମାଜିକ ସୁରକ୍ଷା ଆଦି ରହିବ। ସେ ଏହି ଅବସରରେ କହିଛନ୍ତି, ଲଜ୍ଜାଜନକ କଥା ହେଉଛି […]

bjp

Subrat Kumar Nayak
  • Published: Sunday, 07 April 2019
  • , Updated: 07 April 2019, 08:54 PM IST

ନୂଆଦିଲ୍ଲୀ:ଆଜି ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦଳର ଥିମ୍‌ ସଙ୍ଗ୍ ରିଲିଜ୍ କରାଯାଇଛି। ଏହା ଦଳର ନାରା ‘ଫିର ଏକ୍‌ ବାର ମୋଦି ସରକାର’ଉପରେ ଆଧାରିତ ବୋଲି ଜଣାପଡ଼ିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି, ବିଜେପିର ଫୋକସ୍‌ରେ ଜାତୀୟ ସୁରକ୍ଷା, ମହିଳା ସଶକ୍ତିକରଣ, ପିଏମ୍‌ କିଶାନ୍‌ ସ୍କିମ୍‌, କଳାଧନ ବିରୋଧରେ ଯୁଦ୍ଧ ଏବଂ ସାମାଜିକ ସୁରକ୍ଷା ଆଦି ରହିବ।

ସେ ଏହି ଅବସରରେ କହିଛନ୍ତି, ଲଜ୍ଜାଜନକ କଥା ହେଉଛି କଂଗ୍ରେସର ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ବାବଦରେ କିଛି ଉଲ୍ଲେଖ କରାଯାଇନାହିଁ। ବିଜେପି ଆସନ୍ତାକାଲି ସକାଳ ୧୧ଟା ସମୟରେ ଦଳୀୟ ଇସ୍ତାହାର ରିଲିଜ୍‌ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ୨୦୧୪ ମସିହାରେ ‘ଅବ୍‌କୀ ବାର ମୋଦି ସରକାର’ ବେଶ୍‌ ସଫଳ ହୋଇଥିବାରୁ ଏଥର ଏହାକୁ ଦୋହରାଯାଇଥିବା କୁହାଯାଉଛି।

ଏହାପୂର୍ବରୁ କଂଗ୍ରେସ ‘ଅବ୍‌ ହୋଗା ନ୍ୟାୟ’ ଥିମ୍‌ରେ ପ୍ରଚାର ଆରମ୍ଭ କରିସାରିଛି। ଦଳ ସର୍ବନିମ୍ନ ଆୟକୁ ନେଇ କରାଯାଇଥିବା ସ୍କିମ୍‌ ‘ନ୍ୟାୟ’କୁ ନେଇ ଦଳ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇସାରିଛି।

Related story