ଜେପି ନଡ୍ଡାଙ୍କ ବଡ଼ ଘୋଷଣା: ଏଆଇଏଡିଏମକେ ସହ ମିଶି ନିର୍ବାଚନ ଲଢ଼ିବ ବିଜେପି

ଚେନ୍ନାଇ: ତାମିଲନାଡୁରେ ବିଜେପି ଓ କ୍ଷମତାସୀନ ଏଆଇଏଡିଏମକେ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିବ। ଉଭୟ ଦଳ ନିର୍ବାଚନ ବେଳେ ମେଣ୍ଟ କରି ପ୍ରାର୍ଥୀ ଦେବେ ବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ଆଜି ମଦୁରାଇରେ ଦଳର କୋର କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି। ଶୁକ୍ରବାର ଜେପି ନଡ୍ଡା ମଦୁରାଇରେ ଗୋଟିଏ ସାଧାରଣ ସଭା କରିଥିଲେ। ଶନିବାର ନଡ୍ଡା ମୀନାକ୍ଷୀ ମନ୍ଦିରରେ ପୂଜାର୍ଚ୍ଚନା […]

vr

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 09:25 PM IST

ଚେନ୍ନାଇ: ତାମିଲନାଡୁରେ ବିଜେପି ଓ କ୍ଷମତାସୀନ ଏଆଇଏଡିଏମକେ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିବ। ଉଭୟ ଦଳ ନିର୍ବାଚନ ବେଳେ ମେଣ୍ଟ କରି ପ୍ରାର୍ଥୀ ଦେବେ ବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ଆଜି ମଦୁରାଇରେ ଦଳର କୋର କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି।

ଶୁକ୍ରବାର ଜେପି ନଡ୍ଡା ମଦୁରାଇରେ ଗୋଟିଏ ସାଧାରଣ ସଭା କରିଥିଲେ। ଶନିବାର ନଡ୍ଡା ମୀନାକ୍ଷୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସେ କୋର କମିଟି ସଦସ୍ୟଙ୍କୁ ଉଦବୋଧନ ଦେଇଥିଲେ। ଏଠାରେ ହିଁ ସେ ବିଜେପି ଓ ଏଆଇଏଡିଏମକେ ମିଳିତ ଭାବେ ତାମିଲନାଡୁରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଏହି ଘୋଷଣା ପୂର୍ବରୁ ଏଆଇଏଡିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଇକେ ପଲାନୀସ୍ୱାମୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ବୈଠକରେ ବିଜେପି ସହ ତାଙ୍କ ଦଳ ମେଣ୍ଟ କରିବ ବୋଲି ଏକ ପ୍ରକାରର ଚୂଡ଼ାନ୍ତ ହୋଇଥିଲା। କାରଣ ଏହି ଦୁଇ ଦଳ ୨୦୧୯ ଲୋକସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିଥିଲେ।

Related story